ଆର୍ନ୍ତଜାତୀୟ ମହିଳା ଦିବସ ପାଳିତ : ସାମାଜିକ ଅଧିକାର ଓ ସୁରକ୍ଷା ପ୍ରତି ଗୁରୁତ୍ୱ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଆନ୍ତର୍ଜାତୀୟ ଦିବସ ହୋଇଥିବାରୁ ବିଭିନ୍ନ ଅନୁଷ୍ଠାନ ଓ ରାଜନୈତକ ଦଳ ପକ୍ଷରୁ ଏହା ପାଳିତ ହୋଇଯାଇଛି । ବିଜେଡି ପକ୍ଷରୁ ଆର୍ନ୍ତଜାତୀୟ ମହିଳା ଦିବସ ଓ ମହିଳା ସମାବେଶ ମହମ୍ମଦନଗରପାଟଣା ଗ୍ରାମଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲା ମହିଳା ସଭାନେତ୍ରୀ ବିନ୍ଦୁବାଳା ନନ୍ଦି ପୌରହିତ୍ୱ କରିଥିଲେ । ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର ଏଥିରେ ଯୋଗ ଦେଇ ନାରୀ ସର୍ବଶକ୍ତିମାନ ଓ ସାମାଜ ନିର୍ମାଣ କ୍ଷେତ୍ରରେ ତାର ଭୂମିକା ଗୁରୁତ୍ୱପୂର୍ଣ୍ଣ । କୋଭିଦ୍‌-୧୯ ସଂକ୍ରମଣ ବେଳେ ମହିଳା ଯୋଦ୍ଧା ମାନଙ୍କର କାର୍ଯ୍ୟ ପ୍ରଶଂସନୀୟ । ଇତି ମଧ୍ୟରେ ଓଡିଶାରୁ ଦୁଇଜଣ ବୟବୃଦ୍ଧ ମା ପଦ୍ମଶ୍ରୀ ଉପାଧି ପାଇ ପାରିଛନ୍ତି । ସୁମିତା ୟୁଲିୟମ ୨ଥର ମହାକାଶକୁ ଯାଇଥିବା ବେଳେ ମଙ୍ଗଳ ଗ୍ରହକୁ ଯିବାଲାଗି ଆଶା ପୋଷଣ କରିଛନ୍ତି । ଏସବୁ ଯୋଗୁଁ ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ ମହିଳାଙ୍କ ଲାଗି ୫୦% ସଂଗ୍ରକ୍ଷଣ ବ୍ୟବସ୍ଥା ଦାବି କରି ଆସୁଛନ୍ତି । ମିଶନ ଶକ୍ତି ଯୋଗୁଁ ପରିବାରର ଆର୍ଥିକ ଉନ୍ନତି ଘଟିଛି । ରାଜ୍ୟ ସରକାର ଏଥିଲାଗି ନୂତନ ବିଭାଗ ଖୋଲିଥିବା ବେଳେ ଜଳେଶ୍ୱର ନିର୍ବାଚନ ମଣ୍ଡଳିର ମହିଳାମାନେ ପାରଦର୍ଶୀତା ଦେଖାଇବାକୁ ଆହ୍ୱାନ ଜଣାଇଥିଲେ । ବ୍ଲକ ବିଜେଡି ସଭାପତି ଭୂପତି ମିର୍ଦ୍ଧା, ବ୍ଲକ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ, ରାଜ୍ୟ ପରିଷଦ ସଦସ୍ୟ ପ୍ରତୀପ କୁମାର ପ୍ରଧାନ, ଜିଲାପରିଷଦ ସଦସ୍ୟ ସାବିତ୍ରୀ ଦାସ, ରଂଗଲତା ଆଚାର୍ଯ୍ୟ, ରଶ୍ମିରେଖା ସାହୁ, ତୁଳସୀ ଦତ୍ତ, ସଞ୍ଚିତା ସେନାପତି, ଦୁର୍ଗାମଣି ବେହେରା, ଲିପିରାଣୀ ଦାସ, କଳ୍ପନା ଦାସ, ମଧୁସୂଦନ ସେନାପତି, ଯାମିନି ଦତ୍ତ, ସନ୍ତୋଷ ଦାସ ମହାପାତ୍ର, ମାନସ ଜେନା, ଚନ୍ଦନ କର, ରାସବିହାରୀ ରଣା, କାଳିଚରଣ ଦାସ, ଦାମୋଦର ପ୍ରଧାନ, ବିଦ୍ୟାଧର ମଲ୍ଲିକ, ତ୍ରିଲୋଚନ ଦାସ, ରାଜେନ୍ଦ୍ର ପାତ୍ର, ହରିଶ୍ଚନ୍ଦ୍ର ଭୂୟାଁ, ରଶ୍ମିରେଖା ସାହୁ ପ୍ରମୁଖ ବକ୍ତଦ୍ୟ ଦେଇଥିଲେ । ଅନୁରୂପ ଭାବେ ଗଣତାନ୍ତିକ ମହିଳା ସମିତି ପକ୍ଷରୁ ଅଗ୍ରୱାଲା ଛକଠାରେ ଆର୍ନ୍ତଜାତୀୟ ମହିଳା ଦିବସ ପାଳିତ ହୋଇ ଯାଇଛି । ଏବେ ବି ମହିଳାମାନଙ୍କୁ ସମ୍ମାନ, ସାମାଜିକ ସମାନତା, ସ୍ୱାଧିନତା ମିଳିନଥିବା ବେଳେ ନିର୍ଜାତନ, ଲାଞ୍ଛନା ଦିଆଯାଉଛି । ତେଣୁ ମହିଳାମାନେ ଏକତାବାଦ ବଦ୍ଧଭାବେ ସଂଗ୍ରମ ଜାରି ରଖିବା, ନିଜେ ସଶକ୍ତିକରଣ ହେବା ସଂପର୍କରେ ବକ୍ତମାନେ ଆହ୍ୱାନ ଦେଇଛନ୍ତି । ବବିତା ଦାସଙ୍କ ସଭାପତିତ୍ୱରେ ଜନନୀ, ପରିବାର ମହିଳା ସମିତିର ସଭାନେତ୍ରୀ ଜ୍ୟୋତ୍ସା ମହାନ୍ତି, ଅଧ୍ୟାପିକା ଇନ୍ଦୁମତୀ ଗିରି, କନକମଞ୍ଜରୀ ମହାନ୍ତି, ମମି ପଣ୍ଡା, ଆରତୀ ପଲାଇ, ଝରଣା ସିଂ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଜଗନ୍ନାଥ ଡିଗ୍ରୀ କଲେଜରେ ଆଜି ରାଜନିତୀ ବିଜ୍ଞାନ ଓ ଏନ୍‌ଏସ୍‌ଏସ୍ ୟୁନିଟ ପକ୍ଷରୁ ବିଶ୍ୱ ମହିଳା ଦିବସ ପାଳିତ ହୋଇ ଯାଇଛି । ଏଥିରେ ଅଧ୍ୟକ୍ଷା ଜ୍ୟୋତ୍ସା ଘୋଷ ପୌରହିତ୍ୱ କରିଥିଲେ । ଫକିରମୋହନ ବିଶ୍ୱବିଦ୍ୟାଳୟର ରାଜନିତୀ ବିଜ୍ଞନ ବିଭାଗର ସହକାରୀ ପ୍ରଫେସର ଡ. ରାଜଶ୍ରୀ ଦତ୍ତ ଭର୍ଚୁଆଲ ମିଟିଂରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ମହିବିଦ୍ୟାଳୟର ରାଜନିତୀ ବିଭାଗର ମୁଖ୍ୟ ଶ୍ରବଣ କୁମାର ନାଥ, ସରୋଜ କୁମାର ମହାନ୍ତି ନାରୀ ସଚେତନତା ଓ ନିର୍ଯ୍ୟାତନା ସଂପର୍କରେ ବକ୍ତବ୍ୟ ରଖିଥିବା ବେଳେ ଛାତ୍ରଛାତ୍ରୀମାନେ ଏହି ସେମିନାରରେ ଭାଗ ନେଇଥିଲେ । ସେହିପରି କଂଗ୍ରେସର ମହିଳା ସଂଗଠନ ପକ୍ଷରୁ ଆମ୍ବଳିଅଠା ଠାରେ ଏକ ମହିଳା ସମ୍ମିଳନୀ ସରପଞ୍ଚ ଦୀପାଳୀ ଜେନାଙ୍କ ପୌରହିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଂଗ୍ରେସ ପ୍ରବକ୍ତା ସୁଦର୍ଶନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ରାଧାରାଣୀ ପାତ୍ର, ଅଞ୍ଜନ ପଟ୍ଟାୟତ, ଜ୍ୟୋସ୍ନା ଜେନା, ନରୋତ୍ତମ ପ୍ରଧାନ, ଅଞ୍ଜନା ପଟ୍ଟାୟତ, ଗିରିଜା ଶଙ୍କର ଦାସ, କମଳ ଚକ୍ରବର୍ତ୍ତୀ, ସୁଦାମ ପାତ୍ର, ବିଭୁରେନ୍ଦ୍ର ଦେ, ପଦ୍ମଲୋଚନ ବେହେରା, ସୁବିର ଜେନା, ଉତ୍ତମ କର, ହେମନ୍ତ ଗିରି, ଚିତ୍ତରଂଜନ ପରିଡା, ସୁଶାନ୍ତ ଦେ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ ।