ଆର୍ଯ୍ୟପାଲି ଥାନାରେ ପହଞ୍ଚିଲା ନୂତନ ବୋଟ…

ଛତ୍ରପୁର (ସମୃଦ୍ଧ ଓଡିଶା) ଜାମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ଦେଶରେ ଆତଙ୍କବାଦୀଙ୍କ ଆକ୍ରମଣର ଆଶଙ୍କା ରହିଥିବା ବେଳେ ଓଡିଶା ଉପକୂଳ ଅଞ୍ଚଳମାନଙ୍କୁ ହାଇଆର୍ଲଟ ଜାରି କରାଯାଇଛି । ଗଞ୍ଜାମ ଜିଲ୍ଲାରେ ଦୁଇଟି ସାମୁଦ୍ରିକ ଥାନା ନିମନ୍ତେ ବୋଟ ଅଚଳ ହୋଇ ପଡ଼ିଥିବାରୁ ଗୋଟେ ବୋଟ ଆସିଥିବା ଥାନା ଅଧିକାରୀ ସମିଷ୍ଟା ପ୍ରଧାନ ସୂଚନା ଦେଇଛନ୍ତି । ଯାହାଦ୍ୱାରା ପ୍ରେଟ୍ରୋଲିଙ୍ଗ କରିବା ପାଇଁ ସୁବିଧା ହେବ । ଆତଙ୍କବାଦୀ ଆକ୍ରମଣର ଆଶଙ୍କା ରହିଥିବାରୁ ଏ ନେଇ ରାଜ୍ୟର ୭ଟି ଏସପିଙ୍କୁ ସତର୍କ ରହିବାକୁ ସୂଚନା ଦିଆଯାଇଛି । ଆର୍ଯ୍ୟପାଲି ଥାନା ପକ୍ଷରୁ ପ୍ରୟାଗି ଠାରୁ ହରିପୁର ପ୍ରାୟ ୩୩ କିମି ସୁରକ୍ଷା ଦାୟିତ୍ୱ ରହିଥିବା ବେଳେ ବର୍ତ୍ତମାନ ଏହି ଥାନାରେ କର୍ମଚାରୀ ଅଭାବ ରହିଛି ତଥାପି ଆମେ ସବୁବେଳେ ସଜାଗ ରହିଛୁ ବୋଲି ଥାନା ଅଧିକାରୀ କହିଛନ୍ତି। ସେହିପରି ହରିପୁର ଠାରୁ ସୋନପୁର ପର୍ଯ୍ୟନ୍ତ ବ୍ରହ୍ମପୁର ସୋନପୁର ଥାନା ଅଧୀନରେ ରହିଛି । ୨୦୧୩ ବାତ୍ୟାରେ ଆର୍ଯ୍ୟପଲି ଥାନାରେ ଥିବା ବୋଟ ଭାଙ୍ଗି ଯାଇଥିଲା । ତେଣୁ ବର୍ତ୍ତମାନ ଗତକାଲି ଏକ ବୋଟ ସରକାର ଆର୍ଯ୍ୟପାଲି ଥାନାକୁ ପଠାଇଥିବା ଜଣାପଡିଛି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା