ଆର.ଜେ ଫ୍ୟାନ କ୍ଳବ ପକ୍ଷରୁ ପୀଡିତ ଶିବ ଶଙ୍କରଙ୍କୁ ୪୫ ହାଜର ଟଙ୍କାର ଶାହାୟତା ପ୍ରଦାନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତ ଜୁନ ମାସ ୧ ତାରିଖ ଦିନ ଶିବଶଙ୍କର ମିଶ୍ର ପାରଳାଖେମୁଣ୍ଡି ସ୍ଥିତ ଏକ ହୋଟେଲରେ କାର୍ଯ୍ୟ କରୁଥିବା ସମୟରେ ଦୁର୍ଭାଗ୍ୟବଶତଃ ଗୋଡ଼ ଖସି ଯିବାରୁ ତେଲ ଥିବା ତାତଲା କଢ଼େଇରେ ପଡିଯାଇଥିଲେ, ଯାହା ଫଳରେ ତାଙ୍କ ଦେହ ସମ୍ପୂର୍ଣ୍ଣ ପୋଡି ଯାଇଥିଲା । ସେ କଟକ ବଡ଼ ମେଡ଼ିକାଲରେ ୪ ମାସ ଚିକିତ୍ସିତ ହେଉଥିଲେ କିନ୍ତୁ ଆର୍ଥିକ ଅନାଟନ ଯୋଗୁଁ ସେ କଟକରୁ ଫେରି ଆସି ବ୍ରହ୍ମପୁର ସ୍ଥିତ ସିଟି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହି ସମସ୍ୟା ସମ୍ପର୍କରେ ଜାଣିବା ପରେ ସାନଖେମୁଣ୍ଡି ସୋସିଆଲ ମିଡ଼ିଆ ଟିମ୍ ସେଠାରେ ପହଞ୍ଚି ସାହାର୍ଯ୍ୟର ହାତ ବଢାଇଛନ୍ତି ଓ ସମସ୍ତ ଅସୁବିଧା ବିଷୟରେ ତାଙ୍କ ଠାରୁ ପଚାରି ବୁଝିଛନ୍ତି । ନିଜ ଘର ବ୍ରହ୍ମପୁର ସ୍ଥିତ ଗୋସାଣିନୂଆଗାଁ ହୋଇଥିଲେ ମଧ୍ୟ ପେଟ ପୋଷିବା ପାଇଁ ପାରଳାଖେମୁଣ୍ଡି ସ୍ଥିତ ଏକ ହୋଟେଲରେ କାର୍ଯ୍ୟ କରୁଥିଲେ ଓ ନିଜ ପରିବାର ସହ ସେଠାରେ ରହୁଥିଲେ । ସାନଖେମୁଣ୍ଡି ସୋସିଆଲ ମିଡ଼ିଆ ଟିମ୍ ନିଜେ ସାହାଯ୍ୟ କରିବା ସହିତ ଅନ୍ୟ ଲୋକମାନଙ୍କୁ ସାହାଯ୍ୟ କରିବା ଲାଗି ଅନୁରୋଧ କରିଛନ୍ତି । ‘ମାନବ ସେବା ହିଁ ମାଧବ ସେବା’ ଏହି ଉକ୍ତି ଉପସ୍ଥାପନ କରି ଅନ୍ୟମାନଙ୍କୁ ମଧ୍ୟ ସାହାଯ୍ୟ କରିବା ପାଇଁ ଅନୁରୋଧ କରିଛନ୍ତି । ଯଦି ଲୋକମାନଙ୍କର ସାହାଯ୍ୟ ସହଯୋଗ ମିଳେ, ତାହେଲେ ଶିବ ଶଙ୍କର ମିଶ୍ର ଅତି ଶିଘ୍ର ଆରୋଗ୍ୟ ହୋଇ ଏକ ନୂଆ ଜୀବନ ପାଇବେ । ତେଣୁ ଆଜି ଆର.ଜେ ଫ୍ୟାନ କ୍ଳବ ତରଫରୁ ପିଣ୍ଟୁ ଜେନା, ଟିକିନା ପାତ୍ର, ସିଲୁ ସାହାଣୀ, ତ୍ରିଲୋଚନ ପାତ୍ର, ସନ୍ତୋଷ ସାହୁ, କିରଣ କୁମାର ସାହୁ, ଶ୍ରୀକାନ୍ତ ଭୋଳ, ସିଦ୍ଧାର୍ଥ ସାହୁ, ରାକେଶ କୁମାର ପ୍ରଧାନ, ଶିବରାମ ସ୍ୱାଇଁ, ସଞ୍ଜୟ ପାତ୍ର, ଅଜିତ କୁମାର ସାହୁ, ଶିବ ଶଙ୍କରଙ୍କୁ ସାକ୍ଷାତ କରି ୪୫ ହାଜର ଟଙ୍କାର ରାଶି ପ୍ରଦାନ କରିଛନ୍ତି । ଏହି ଅବସରରେ ଆର.ଜେ ଫ୍ୟାନ କ୍ଳବ ତରଫରୁ ବିନିତ ଅନୁରୋଧ କରାଯାଇଛି ଯେ ଅନ୍ୟମାନେ ମଧ୍ୟ ଶିବ ଶଙ୍କରଙ୍କୁ ସହାୟତାର ହାତ ବଢାନ୍ତୁ ।

ରିପୋର୍ଟ : ଆଶୁତୋଷ ପଟ୍ଟନାୟକ, ସୁମିତ ପଟ୍ଟନାୟକ