ଆଲୋବେରା ଜୁସ୍ରେ ଅନେକ ପ୍ରକାର ପ୍ରୋଟିନ୍ ଏବଂ ଭିଟାମିନ୍ ରହିଛି । ଏହି ଜୁସ୍ ପାଟିକୁ ଭଲ ଲାଗିନଥାଏ, କିନ୍ତୁ ଏହା ଆମ ଶରୀର ପାଇଁ ଅନେକ ଉପକାରୀ ଅଟେ । ଆଲୋବେରା ଜୁସ୍ ପିଇବା ଦ୍ୱାରା ଆମ ଶରୀରରେ ବିଭିନ୍ନ ପ୍ରକାରର ରୋଗ ହେବା ଆଶଙ୍କାକୁ ଦୂର କରିଥାଏ । ଆସନ୍ତୁ ଜାଣିବା : (୧) ପ୍ରତିଦିନ ଆଲୋବେରା ଜୁସ୍ ପିଇବା ଦ୍ୱାରା ଶରୀରରେ ରକ୍ତର ଅଭାବ ବା ଏନିମିଆ ଦୂର ହୋଇଥାଏ । ୨- ଏହା ରକ୍ତ ପରିଷ୍କାର କରିବାରେ ମଧ୍ୟ ସାହାଯ୍ୟ କରିଥାଏ । (୩) ଏହା ଶରୀରରେ ବ୍ଲଡ୍ ସର୍କୁଲେସନ୍ ବା ରକ୍ତ ସଞ୍ଚାଳନରେ ସାହାଯ୍ୟ କରିଥାଏ । (୪) ଏହା ଆମର ପାଚନ ତନ୍ତ୍ରକୁ ମଜବୁତ୍ କରିଥାଏ । (୫) ଏହାକୁ ପ୍ରତିଦିନ ପିଇବା ଦ୍ୱାରା କବ୍ଜ, ଏସିଡିଟି ଓ ଗ୍ୟାସ୍ ଆଦି ହୋଇନଥାଏ ।୬- ଏହା ଓଜନ କମାଇବାରେ ସାହାଯ୍ୟ କରିଥାଏ । (୭) ରକ୍ତଚାପ ନିୟନ୍ତ୍ରଣରେ ରଖିବା ସହ ଏହା କୋଲେଷ୍ଟ୍ରୋଲ୍କୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ । (୮) ଏହା ଶରୀରର ବିଷାକ୍ତ ପଦାର୍ଥ ବାହାରକୁ ବାହାର କରିଦେଇଥାଏ । (୯) ଏହାକୁ ପ୍ରତିଦିନ ପିଇବା ଦ୍ୱାରା କ୍ୟାନ୍ସର ହେବାର ଆଶଙ୍କା ପ୍ରାୟ କମ୍ ହୋଇଥାଏ । (୧୦) ଏହା ଆମ ଚର୍ମ ପାଇଁ ମଧ୍ୟ ଅନେକ ଉପକାରୀ ହୋଇଥାଏ । କୁଣ୍ଡିଆ, ମୁହଁରେ ବ୍ରଣ ଆଦି ହେବାକୁ ଦିଏନାହିଁ । (୧୧) ଆଲୋବେରା ଜୁସ୍ ପିଇବା ଦ୍ୱାରା ତ୍ୱଚା ଶୁଷ୍କ ହୋଇନଥାଏ । (୧୨) ଏହା ଚୁଟି ଝଡ଼ିବା ରୋକିବା ସହ ମୁଣ୍ଡରେ ରୁପି ସମସ୍ୟା ମଧ୍ୟ ଦୂର କରିଥାଏ ଏବଂ ଚୁଟି ମଜବୁତ୍ କରିଥାଏ । (୧୩) ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ଆଲୋବେରା ଜୁସ୍ କିପରି ତିଆରି କରିବେ ଜାଣନ୍ତୁ : ପ୍ରଥମେ କିଛି ସତେଜ ଆଲୋବେରା ଆଣନ୍ତୁ । ଗ୍ରୀନ୍ ଦେଖା ଯାଉଥିବା ଉପର ଭାଗଗୁଡ଼ିକୁ କାଟି ପରିଷ୍କାର କରି ଏକ ପାତ୍ରରେ ରଖନ୍ତୁ । ଏହା ପରେ ଆଲୋବେରା ଜେଲିକୁ ଭଲ ପାଣିରେ ଧୋଇ ଦିଅନ୍ତୁ । ତା’ ପରେ ସେଗୁଡ଼ିକୁ ଅଳ୍ପ ପାଣି ଦେଇ ଗ୍ରାଇଣ୍ଡ୍ କରିଦିଅନ୍ତୁ । ଆପଣ ଚାହିଁଲେ ସେଥିରେ ଲେମ୍ବୁ, କିମ୍ବା ମହୁ ମଧ୍ୟ ପକାଇ ମଧ୍ୟ ପିଇ ପାରିବେ । ମନେରଖନ୍ତୁ, ଆପଣ ଆଲୋବେରା ଜୁସ୍କୁ ଅଧିକ ସମୟ ବାହାରେ କିମ୍ବା ଫ୍ରିଜ୍ରେ ରଖି ପିଇବେ ନାହିଁ । ଜୁସ୍ କରିବା କିଛି ସମୟ ଭିତରେ ହିଁ ପିଅନ୍ତୁ । ବଜାରରେ ମିଳୁଥିବା ଆଲୋବେରା ଜୁସ୍ ନ ପିଇ ଘରେ ତିଆରି କରି ଏହି ଜୁସ୍ ପିଅନ୍ତୁ ଏବଂ ପ୍ରତିଦିନ ଏହାକୁ ପିଇବା ଦ୍ୱାରା ଆପଣଙ୍କୁ ଡ଼ାକ୍ତରଙ୍କ ପାଖକୁ ଯିବାକୁ ପଡ଼ିବନାହିଁ ।