ଆଳୁ ବୋଝେଇ ୧୦ ଚକିଆ ଟ୍ରକରେ ଲାଗିଲା ନିଆଁ : ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲ୍ପର…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ଉପରେ ହୁତୁ ହୁତୁ ଜଳି ଗଲା ଚଳନ୍ତା ୧୦ ଚକିଆ ଆଳୁ ବୋଝେଇ ମାଲବାହୀ ଟ୍ରକ । ଅଳ୍ପକେ ରକ୍ଷା ପାଇଲେ ଡ୍ରାଇଭର ଏବଂ ହେଲ୍ପର । ଖବର ପାଇ ବସ୍ତା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରୀ ରଖି ନିଆଁକୁ ଆୟତ କରିଥିଲେ । ସୂଚନା ଅନୁଯାୟୀ ଏକ ଦଶ ଚକିଆ ଟ୍ରକ ଯୋଗେ ଆଳୁ ବୋଝେଇ କରି ପଶ୍ଚିମବଙ୍ଗ ଅଞ୍ଚଳରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ବେଳେ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅର୍ନ୍ତଗତ ୬୦ ନମ୍ୱର ଜାତୀୟ ରାଜପଥ ଗୁଡ଼ିଖାଳ ପୋଲ ଉପରେ ହଠାତ ଟ୍ରକର ଆଗ ଚକ ଫାଟି ଯିବାରୁ ଟ୍ରକରେ ନିଆଁ ଲାଗି ହୁତୁ ହୁତୁ ହୋଇ ଜଳିବାକୁ ଲାଗିଥିଲା । ଡ୍ରାଇଭର ଓ ହେଲ୍ପର ଗାଡିରୁ ବାହାରକୁ ପଳେଇ ଆସିଥିଲେ । ଆଳୁ କିଛି ପୋଡ଼ି ଥିଲେ କିଛି ଭଲ ଆଳୁକୁ ପୋଲିସ ଦ୍ଵାରା ବାହାର କରାଯାଇଛଏବଂ କିଛି ସମୟ ପାଇଁ ରାସ୍ତାର ଉଭୟ ପଟ ଗାଡ଼ି ମଟର ଅଟକି ରହିଥିବା ବେଳେ ବସ୍ତା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ି ମଟର ଚାଲିବା ସ୍ଵାଭାବିକ ଅବସ୍ଥାକୁ ଆସି ଥିଲା ।

ରିପୋର୍ଟ : ଭୂପତି ପରିଡା