

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆସନ୍ତା ଲୋକସଭା ଓ ବିଧାନସଭା ନିର୍ବାଚନରେ ପ୍ରଚାର ପାଇଁ ସିପିଆଇ ତାର ୩୬ ଜଣିଆ ତାରକା ପ୍ରଚାରକଙ୍କ ତାଲିକା ଘୋଷଣା କରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ତାଲିକା ପ୍ରଦାନ କରିଛି । ତାରକା ପ୍ରଚାରକ ଭାବେ ପାର୍ଟିର ଜାତୀୟ ସାଧାରଣ ସମ୍ପାଦକ ଡି. ରାଜ, ଅମରଜିତ କୌର, ଅତୁଲ କୁମାର ଅଞ୍ଜନ, ରାମେନ୍ଦ୍ର କୁମାର, ଜାତୀୟ କାର୍ଯ୍ୟକାରୀ କମିଟି ସଭ୍ୟ ଦିବାକର ନାଗ ସ୍ଥାନ ପାଇଛନ୍ତି । ସେହିପରି ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ, ରାଜ୍ୟ ସହସଂପାଦକ ପ୍ରଶାନ୍ତ ମିଶ୍ର, କ୍ଷୀରୋଦ ସିଂହଦେଓଙ୍କ ସମେତ ପ୍ରଶାନ୍ତ ପାଟ୍ଟଯୋଶୀ, ଅଭୟ ସାହୁ, ସୌରୀବନ୍ଧୁ କର, ରାମକୃଷ୍ଣ ପଣ୍ଡା, ନାରାୟଣ ରେଡ୍ଡୀ, ଅଶୋକ ଦାଶ, ମହେଶ୍ୱର ରାଉତ, ପ୍ରକାଶ ପାତ୍ର, ଶ୍ରୀହର୍ଷ ରଥ, ଗୋକୁଳ ପଣ୍ଡା, ବସନ୍ତ ପାଇକ ରାୟ, ସୁର ଜେନା, ବନଲତା ଜେନା, ରମଣୀ ରଞ୍ଜନ ରାଉତରାୟ, ବସନ୍ତ ଦାଶ, ଦାମୋଦର ବେହେରା, ଅମରେନ୍ଦ୍ରୁ ମହାନ୍ତି, ଶୁଭେନ ପ୍ରତାପ ମହାନ୍ତି, ବିଦ୍ୟାଧର ମହାନ୍ତି, ପ୍ରମୋଦିନୀ ପାଇକ ରାୟ, ରମେଶ ଚନ୍ଦ୍ର ପାଢ଼ୀ, ଅଭିଜିତ ସାହୁ, ସୁବାସ ଚନ୍ଦ୍ର ରାଓ, ବିଜୟ ଜେନା ବ୍ରଜବନ୍ଧୁ ପ୍ରଧାନ, ଅନିତା ଚକ୍ରବର୍ତ୍ତୀ ଓ ପ୍ରଦୋଷ ମହାନ୍ତି ପ୍ରମୁଖ ତାରକା ପ୍ରଚାରକ ରହିଥିବା ପାର୍ଟିର ରାଜ୍ୟ ସମ୍ପାଦକ ଶ୍ରୀ କାନୁନଗୋ କହିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


