ଜଳେଶ୍ୱର (ସମୃଦ୍ଧ ଓଡିଶା) ଭାରତୀୟ ପାଣିପାଗ ପକ୍ଷରୁ ଜାରିବୁଲେଟିନରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ବିଷୟ କହିବା ପରେ ବର୍ତ୍ତମାନ ଚାଷୀ କୁଳକୁ ଶଙ୍କା ଆଶଙ୍କା ମଧ୍ୟରେ ସମୟ ବିତାଇବାକୁ ପଡୁଛି । ବର୍ଷଯାକର କଷ୍ଟ ଅର୍ଜିତ ଫସଲ ବର୍ତମାନ ପର୍ଯ୍ୟନ୍ତ ଖଳାକୁ ଆସିନାହିଁ । ଯଦି ଏହି ସମୟରେ ବର୍ଷା ବାତ୍ୟା ଆସେ ତେବେ ସବୁ କିଛି ଅଲଟ ପାଲଟ ହୋଇଯିବ । ଧାର ଉଧାରକରି ବିଲରେ ଫଳାଇଥିବା ଫସଲ ନଷ୍ଟ ହୋଇଗଲେ ଉଧାର ସୁଝି ନ ପାରି ଚାଷୀ ଆତ୍ମହତ୍ୟା କରିବାକୁ ବାଧ୍ୟହେବ । ଏହା ଥିଲା ଗରିବ ଚାଷୀ ମାନଙ୍କର ଦୁଃଖ କଷ୍ଟର କଥା । ପାଚିଲା ଧାନ କଟା ହୋଇ ବିଲରେ ପଡିଛି । କାର୍ଯ୍ୟକରିବାକୁ ମଜୁରୀ ମିଳୁ ନ ଥିବାରୁ ବିଲରୁ ଧାନଆସି ପାରୁନାହିଁ । ଏହି ପରି ସମୟରେ ଲଘୁଚାପ ଜନିତ ବର୍ଷା ଆସିଲେ ସବୁ କିଛି ସର୍ବନାଶ ହୋଇଯିବ । ବର୍ତ୍ତମାନ ଚାଷୀମାନେ ଲାଗି ପଡିଛନ୍ତି ଚାଷକୁ କିପରି ଖଳାକୁ ଆଣିବେ ସେଥି ପାଇଁ ପ୍ରାଣ ପଣେ କାର୍ଯ୍ୟରେ ଲାଗି ପଡିଥିବାର ଦେଖାଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା