


ଛତ୍ରପୁର(ସମୃଦ୍ଧ ଓଡିଶା )ଆସନ୍ତା ୧୮ରୁ ୨୧ ତାରିଖ ଥାଇଲ୍ୟାଣ୍ଡର ବ୍ୟାଙ୍କିକରେ ଅନୁଷ୍ଠିତ ହେବ ବିଶ୍ୱକପ ଫୁଟବଲ ପ୍ରତିଯୋଗିତା । ଏହି ବିଶ୍ୱକପ ପ୍ରତିଯୋଗିତାରେ ଖେଳ ପରିଚାଳନା କରିବେ ଅନ୍ତଃ ଜାତୀୟ ଫୁଟଭଲି ରେଫରୀ ଓଡ଼ିଶାର ଆମ ଗଞ୍ଜାମର ସୁଜିତ କୁମାର ପାତ୍ର । ପୂର୍ବରୁ ଶ୍ରୀ ପାତ୍ର ଜାତୀୟ ସିନିୟର ଫୁଟଭଲି ଦଳର କୋଚ ଥାଇ ବିଶ୍ୱକପରେ ଭାରତୀୟ ଦଳ(ପୁରୁଷ)ରେ ଯୋଗ ଦେଇଥିଲେ। । ପ୍ରଥମ ଥର ପାଇଁ ବିଶ୍ୱକପ ପ୍ରତିଯୋଗିତାରେ କ୍ୱାର୍ଟର ଫାଇନାଲକୁ ଯାଇଥିଲେ । ସୁଜିତ ପାତ୍ର ରାଜ୍ୟ ଫୁଟଭଲି ସଂଘର ଯୁଗ୍ମ ସମ୍ପାଦକ ଅଛନ୍ତି । ସେ ଜଣେ ଜଣା ଶୁଣା ଦକ୍ଷ ଫୁଟବଲ ରେଫରୀ ଭାବରେ ମଧ୍ୟ ଫାଓରେ କାର୍ଯ୍ୟ କରୁଛନ୍ତି । ଶ୍ରୀ ପାତ୍ର କୋଲକାତା ଯାତ୍ରା କରି ଓ ସେଠାରୁ ୧୫ ତାରିଖ ଦିନ ବ୍ୟାଙ୍କକ ଗସ୍ତ କରିଛନ୍ତି । ସୁଜିତ ପାତ୍ର ବିଶ୍ୱକପ ପ୍ରତିଯୋଗିତାରେ ଖେଳ ପରିଚାଳନା କରିବାର ସୁଯୋଗ ପାଇଥିବାରୁ ରାଜ୍ୟ ସଂଘର ସଭାପତି ଆଡ଼ଭୋକେଟ ଦିଲ୍ଲୀପ ପ୍ରଧାନ, ସମ୍ପାଦକ ପ୍ରଶ୍ନ କୁମାର ରାଉତ ଓ କୋଷାଧ୍ୟକ୍ଷ ଦେବାଶିଷ ନାୟକ, କାର୍ଯ୍ୟକାରୀ ସଭାପତି ଅଭିନ୍ନ ସୁନ୍ଦର ରାଉତ, ଯୁଗ୍ମ ସମ୍ପାଦକ ପ୍ରଦୀପ କୁମାର ରାଉତରାୟ ପ୍ରମୁଖ ଶୁଭେଚ୍ଛା ଜଣାଇବା ସହିତ ମହାସଂଘର ସଭାପତି ପ୍ରତିଷ୍ଠାତା ରାମ ଅବତାର ଓ ସାଧାରଣ ସମ୍ପାଦକ ମହମ୍ମଦ ଆସରଫକୁ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା




