

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ତା ୧୨/୦୫/୧୯ ରିଖ ରବିବାର ଦିନ ବ୍ରହ୍ମପୁର ସବୁଜ ବାହିନୀ, ଆଞ୍ଚଳିକ ବିକାଶ ପରିଷଦ (ଗୁଣ୍ଠବନ୍ଧ), ମାରଓ୍ବାଡି ମହିଳା ସମିତି, ନେଚର ଲଭର୍ସ ଓଡିଶା, ବକ୍ସିଂ ଓଡିଶାର ମିଳିତ ଆନୁକୂଲ୍ୟରେ ଏବଂ ବ୍ରହ୍ମପୁର ଏମ୍.କେ.ସି.ଜି ରକ୍ତଭଣ୍ଡାର, ଆର୍ଯ୍ୟ ବୈଶ୍ୟ ସଂଘମ୍ (ବ୍ରହ୍ମପୁର) ଓ ବାସବୀ କ୍ଲବ୍ (ବ୍ରହ୍ମପୁର) ସହଯୋଗରେ ପ୍ରବଳ ଗ୍ରୀଷ୍ମରେ ରକ୍ତ ଅଭାବକୁ ଦୁର କରିବା ଏବଂ ସ୍ଵେଚ୍ଛାକୃତ ରକ୍ତଦାତା ବୃଦ୍ଧି କରିବା ଉଦ୍ଦେଶ୍ୟରେ “ଆସନ୍ତୁ ଗଢିବା ରକ୍ତ ସମ୍ପର୍କ” ନାମକ ୫ମ ଥର ରକ୍ତଦାନ ଶିବିର ଅନୁଷ୍ଠିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉର୍ଦ୍ଦେଶ୍ୟ ହେଉଛି ରକ୍ତଦାତାମାନେ ରକ୍ତଦାନ କେନ୍ଦ୍ରକୁ ଆସି ରକ୍ତ ଦାନ କରିବେ । ଗ୍ରୀଷ୍ମ ଋତୁରେ ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ପରିଲକ୍ଷିତ ହେଉଅଛି । ରୋଗୀ ଦୂରଦୂରାନ୍ତରରୁ ଆସି ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହି ଅଭାବକୁ କିଛି ମାତ୍ରାରେ ଦୂର କରିବା ପାଇଁ ରକ୍ତ ଦାନର ଆବଶ୍ୟକତା ରହିଛି । ଏହି ଶିବିର ମାଧ୍ୟମରେ ଜନସାଧାରଣ, ଛାତ୍ରଛାତ୍ରୀ ତଥା ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନକୁ ଅନୁରୋଧ କରାଯାଇଥିଲା ଯେ ଏହି ଗୋଟିଏ ଦିନ ରକ୍ତ ଭଣ୍ଡାରକୁ ଆସି ରକ୍ତ ଦାନ କରି ଅନ୍ୟର ଜୀବନ ରକ୍ଷା କରନ୍ତୁ । ଏହି ଅବସରରେ ପ୍ରାୟ ୧୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ରକ୍ତ ଭଣ୍ଡାରର ଡା. ପି.କେ.ରଥ ଓ ଅନ୍ୟାନ୍ୟ କର୍ମଚାରୀ ରକ୍ତ ସଂଗ୍ରହ କରିଥିଲେ । ରକ୍ତ ଦାତାଙ୍କ ମଧ୍ୟରୁ ୬ ଜଣ ପ୍ରଥମଥର ରକ୍ତ ଦାନ କରିଥିଲେ । ଆଜିର କାର୍ଯ୍ୟକ୍ରମରେ ପିତା କେ.କାମେଶ୍ଵର ରାଓ ଓ ପୁତ୍ର କେ.ଭି.ସୋମନାଥ ମିଳିତ ରକ୍ତ ଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଫେସର ବ୍ରହ୍ମା ବିହାରି ପଣ୍ଡା ଯୋଗଦେଇ ଏଭଳି ଉଦ୍ୟମକୁ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ, ସଂପାଦକ ଏମ୍. ଦିଲିପ କୁମାର, ସୁଶିଲ କୁମାର, ସନିଆ ଗୈ।ଡ, ଆର୍ଯ୍ୟ ବୈଶ୍ୟ ସଂଘମ୍ ର ସଭାପତି ଭି.ଜଗମୋହନ ରାଓ, ସଂପାଦକ ଏ.ମୁରଲି କ୍ରିଷ୍ଣା, କୋଷାଧକ୍ଷ ଏ.ଗୋବିନ୍ଦ ରାଓ, ବାସବୀ କ୍ଲବ୍ ବ୍ରହ୍ମପୁରର ସଭାପତି କେ.କାମେଶ୍ଵର ରାଓ, କ୍ଲବ୍ ର ଆଞ୍ଚଳିକ ସଭାପତି ଏମ୍.ଭି.ଏସ୍.ବାସନ, ଆଞ୍ଚଳିକ ସଂପାଦକ ଏସ୍.ଶ୍ରୀନିବାସ ରାଓ, ନେଚର୍ସ ଲଭର୍ସ ଓଡିଶାର ଆବାହକ ଶ୍ରୀନିବାସ ରାଜନଙ୍କ ସମେତ ବହୁ ସ୍ଵେଚ୍ଛାସେବୀ ଯୋଗଦେଇ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା




