

ଆସିକା (ସମୃଦ୍ଧ ଓଡିଶା) ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଆସିକା ବିଧାନସଭା ନିର୍ବାଚନମଣ୍ଡଳୀରେ କଂଗ୍ରେସ ଦଳର ସଙ୍ଗଠନକୁ ସୁଦୃଢ କରିବା ଲାଗି ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଆସିକା ଲୋକସଭା ନିର୍ବାଚନମଣ୍ଡଳୀ ଯୁବ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଅନିଲ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କରାଯାଇଥିଲା । ଏହି ବୈଠକରେ ମୁଖ୍ୟ ଅତିଥି ରୂପେ ପ୍ରଦେଶ କଂଗ୍ରେସ କମିଟିର ସଂପାଦକ ମନୋଜ କୁମାର ଜେନା ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ବିରୋଧୀ ନୀତିକୁ ତୀବ୍ର ସମାଲୋଚନା ସହ ଆଗାମୀ ଦିନରେ କେନ୍ଦ୍ର ଓ ରାଜ୍ୟରେ ସରକାର ପରିବର୍ତ୍ତନ କରି କଂଗ୍ରେସ ଦଳକୁ କ୍ଷମତାସୀନ କରିବାକୁ ସମସ୍ତଙ୍କ ସହଯୋଗ କାମନା କରି ଦଳୀୟ ନେତା ଓ କର୍ମୀମାନେ ଲୋକଙ୍କ ସମସ୍ୟା ସହ ଜଡିତ ହେବାକୁ ଆହ୍ୱାନ ଦେଇଥିଲେ । ଏହାସହ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳର ସଙ୍ଗଠନକୁ ଆହୁରି ମଜବୁତ କରିବାକୁ ଗୁରୁତ୍ୱାରୋପ କରିଥିଲେ । ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଅନୀଲ କୁମାର ପରିଡା କହିଥିଲେ କେନ୍ଦ୍ର ସରକାରଙ୍କରେ କୃଷକ ମାରଣନୀତି ଯୋଗୁଁ ନିକଟରେ ଅନୁଷ୍ଠିତ ତିନୋଟି ରାଜ୍ୟର ନିର୍ବାଚନରେ ବିଜେପିକୁ ପରାସ୍ତ କରି କଂଗ୍ରେସ କ୍ଷମତାକୁ ଆସିଥିଲା, ଓଡ଼ିଶାରେ ମଧ୍ୟ କ୍ଷମତାକୁ ଆସିବ । ଆଗାମୀ ନିର୍ବାଚନରେ ଦଳୀୟ ନେତା ଓ କର୍ମୀମାନେ ପିସିସି ସମ୍ପାଦକ ମନୋଜ ଜେନାଙ୍କ ହାତମୁଠାକୁ ଟାଣ କରିବା ସହ କଂଗ୍ରେସ ଦଳକୁ ବିପୁଳ ଭୋଟରେ ବିଜୟୀ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଦଳୀୟ ନେତା ବିଧାନ ସ୍ୱାଇଁ, ରବିନ୍ଦ୍ରନାଥ ପୋଲାଇ, ଜଗନ୍ନାଥ ଜେନା, ଶିବଶଙ୍କର ସ୍ୱାଇଁ, ସୁଶାନ୍ତ ରାଉତ, ଅଶୋକ ଦୋରାଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
