ଆସିକା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବି ନେଇ ଗଣ ବିକ୍ଷୋଭ …

ଆସିକା (ସମୃଦ୍ଧ ଓଡିଶା) ଅଖିଳ ଭାରତ କିଷାନ ମଜଦୁର ସଭା ପକ୍ଷରୁ ଆଜି ଆସିକା ତହସିଲ ସମ୍ମୁଖରେ ଗଣ ବିକ୍ଷୋଭ କରାଯାଇଛି । ଏହି ବିକ୍ଷୋଭରେ ବାତ୍ୟା କ୍ଷତିଗ୍ରସ୍ତ ଚାଷୀ, ଭାଗଚାଷୀଙ୍କୁ କ୍ଷତିପୂରଣ, ସବୁ ଗରିବଙ୍କୁ ଜମି-ଘରଡିହ ପଟ୍ଟା, ରାସନ କାର୍ଡ ଓ ମାସିକ ପେନସନ ଦାବି କରାଯାଇଛି । ଆସିକା ଅଞ୍ଚଳରେ ଜମିହୀନ ଓ ଗୃହହୀନ ଲୋକଙ୍କୁ ଜମି ପଟ୍ଟା, ସବୁ ଗରିବ ଲୋକଙ୍କୁ ରାସନ କାର୍ଡ, ସବୁ ବୃଦ୍ଧ, ବୃଦ୍ଧା, ବିଧବା ଓ ଭିନ୍ନକ୍ଷମଙ୍କୁ ମାସିକ ସର୍ବନିମ୍ନ ତିନି ହଜାର ଟଙ୍କା ପେନସନ ଦାବିରେ ଅଖିଳ ଭାରତ କିଷାନ ମଜଦୁର ସଭା (ଏଆଇକେଏମଏସ) ପକ୍ଷରୁ ଆଜି ଆସିକା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଛି । ଏହା ତୁରନ୍ତ କାର୍ଯ୍ୟକାରୀ କରିବାକୁ ଏକ ଦାବି ପତ୍ର ତହସିଲଦାରଙ୍କ ମାଧ୍ୟମରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିଲା । 

ରିପୋର୍ଟ : ନିମାଇଁ ଚରଣ ପଣ୍ଡା