ଆସିକା(ସମୃଦ୍ଧ ଓଡିଶା)ସଦ୍ୟ ଖବର ଅନୁଯାଇ ଆଜି ସାନ୍ଧ୍ୟରେ ଆସିକା ଅଶୋକ ପେଟ୍ରୋଲ ଟ୍ୟାଙ୍କ ନିକଟରେ ଏକ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହେବାରୁ ୨୦ବର୍ଷର ଏକ ଯୁବକର ମୃତ୍ୟୁ ଘଟଣାକୁ କେନ୍ଦ୍ର କରି ପେଟ୍ରୋଲ ଟ୍ୟାଙ୍କରେ ଉତ୍ୟକ୍ତ ଜନତା ବ୍ୟାପକ ଭଙ୍ଗାରୁଜା ଘଟାଇଥିବା ଜଣାପଡିଛି । ମୃତ ଯୁବକର ଗାଁ ଲୋକେ ଆସି ପେଟ୍ରୋଲ ଟାଙ୍କି ରେ ଭଙ୍ଗା ରୁଜା କରିଥିଲେ। ସେହି ପେଟ୍ରୋଲ ଟାଙ୍କିରେ କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ଯୁବକ ବସିଥିବା ସମୟରେ ପେଟ୍ରୋଲ ଟାଙ୍କି ଟ୍ରକ ରେ ଡ୍ରାଇଭର ଜାଗାରେ ହେଲପର ଗାଡି ଚଲାଇବାରୁ ଏହି ଦୃଘଟଣା ହେଇଥିବା କୁହାଯାଉଛି। ଆସ୍କା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଜନତାଙ୍କୁ ବୁଝାସୁଝା କରିବା ପାରେ ଶବକୁ ବ୍ୟବଛେଦ ପାଇଁ ପଠାଯାଇଥିଲା । ଘଟଣା ସ୍ଥଳ ଶାନ୍ତ ଥିଲେ ସୁଦ୍ଧା ଆଗକୁ ପୁଣି ଅଘଟଣ ଘଟିପାରେ ବୋଲି ପୋଲିସ ମୁତୟନ କରାଯାଇଛି ।
ରିପୋର୍ଟ:ନିମାଇଁ ଚରଣ ପଣ୍ଡା