ଆସିକା ସାଂସଦ ସାଂସଦ ପାଣ୍ଠିରୁ ୨କୋଟି ୩ଲକ୍ଷ ଟଙ୍କା କରୋନା ପାଇଁ ସହାୟତା ପ୍ରଦାନ…

ଛତ୍ରପୁର (ସମୃଦ୍ଧ ଓଡିଶା) ଓଡ଼ିଆ ଭାଷାକୁ ଛାଡିଦେଲେ ଆଉ କୌଣସି ଭାଷା ଜାଣି ନ ଥିବା ବିଜେଡି ସରକାରରେ ଆସିକାରୁ ଲୋକସଭା ପାଇଁ ସଦସ୍ୟ ହୋଇ ପାର୍ଲ୍ୟାମେଣ୍ଟରେ ଚର୍ଚ୍ଚିତ ହୋଇଥିବା ଆସିକା ସାଂସଦ ଶ୍ରୀମତୀ ପ୍ରମିଳା ବିଷୋୟୀ କରୋନା ଭୁତାଣୁ ସଂକ୍ରମଣର ମୁକାବିଲା ପାଇଁ ସରକାରଙ୍କ ସାଂସଦ ପାଣ୍ଠିରୁ ୧ କୋଟି ଟଙ୍କା କେନ୍ଦ୍ର ସରକାରଙ୍କ Ministry of Statistics and Program Implementation (MoSPI)କୁ, ଆଉ ୧ କୋଟି ଟଙ୍କା ନିଜର ଅଞ୍ଚଳରେ କରୋନା ମୁକାବିଲା ପାଇଁ ଖର୍ଚ୍ଚ କରିବାକୁ ଜିଲ୍ଲାପାଳଙ୍କୁ ଏବଂ ନିଜର ଦରମାରୁ ୩ ଲକ୍ଷ ଟଙ୍କାର ଏକ ଚେକ୍ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ, ଏହି ପରି ସମୁଦାୟ ୨ କୋଟି ୩ଲକ୍ଷ ଟଙ୍କା ସାଂସଦ ପାଣ୍ଠିରୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେ ଏବଂ ନିଜ ବ୍ୟକ୍ତିଗତ ସହାୟକ ନୀଳମଣୀ ପଟ୍ଟନାୟକ ଓ ଦୁଇ ନାତିଙ୍କ ଉପସ୍ଥିତରେ ପ୍ରଦାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେ ଏକ ଭିଡିଓ ମାଧ୍ୟମରେ ସଚେତନତାର ବାର୍ତ୍ତା ମଧ୍ୟ ଦେଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା