ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଓଡିଶା ମିଳିତ ବିଦ୍ୟାଳୟ ପାଚିକା ସହାୟିକା ସଂଘ ତରଫରୁ ଆସ୍କା ରୋଡ଼ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପାଚିକା ୨ଜଣଙ୍କ କାମର ସୁ-ବ୍ୟବସ୍ଥା କରିବା ଦାବିରେ ଜିଲ୍ଲା ଶିକ୍ଷାଅଧିକାରୀ(ଡିଇଓ)ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜିଠାରୁ /୧୮ ତାରିଖରୁ ଧାରଣା ଜାରି ରହିଛି । ପ୍ରକାଶ ଯୋଗ୍ୟ ଯେ ଏହି ବିଦ୍ୟାଳୟରେ ଦୀର୍ଘ ବର୍ଷ ଧରି କୁନି ସାହୁ ଏବଂ ଗୀତା ନାୟକ ପାଚିକା ଭାବେ କାର୍ଯ୍ୟ କରି ଆସୁଛନ୍ତି । ତାଙ୍କ ମଧ୍ୟାହ୍ନ ଭୋଜନ କାମ ବ୍ୟତୀତ ସ୍କୁଲର ଅନ୍ୟାନ୍ୟ କାମରେ ମଧ୍ୟ ସାହାର୍ଯ୍ୟ ସହଯୋଗ କରିଥାନ୍ତି । କିନ୍ତୁ ସ୍କୁଲ କର୍ତ୍ତୃପକ୍ଷ ଧୀରେ ଧୀରେ ପିଅନ ଏବଂ ମାଳିର ସମସ୍ତ କାମ ତାଙ୍କ ଉପରେ ନ୍ୟସ୍ତ କରନ୍ତି । ଦିନ ୧୦ଟା ଠାରୁ ୪ଟା ଯାଏଁ ରହି ସ୍କୁଲର ଚାବି ରଖିବା, ଘଣ୍ଟା ବଜାଇବା, ଝାଡୁଦାର ପରି ସମଗ୍ର ବିଦ୍ୟାଳୟ ପରିସ୍କାର କରିବା ଦାୟିତ୍ୱ ଦିଆଯାଏ । ମଧ୍ୟାହ୍ନ ଭୋଜନ କାମ ସରିଲା ପରେ ମଧ୍ୟ ଅସମୟରେ ଡାକି ଶିକ୍ଷକ ନିଜସ୍ୱ କାମ କରିବାକୁ କହନ୍ତି । ଏହାର ପ୍ରତିବାଦ କରିବାରୁ ଜଣକ ପରେ ଆଉ ଜଣକୁ କାମ ବନ୍ଦ କରି ଦିଆଯାଉଛି । ଆଶ୍ଚର୍ଯ୍ୟର କଥା କୌଣସି ଲିଖିତ ସୂଚନା ନ ଦେଇ, ମିଣ୍ଟିଙ୍ଗ ଆଦି ନ ଡାକି, ଚେତାବନୀ ନଦେଇ ମନମୁଖି ଏପରି କରାଯାଇଛି । ବିଦ୍ୟାଳୟ ଏବଂ ଉପରିସ୍ଥ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କଲାପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ବିଭିନ୍ନ ଚିଠି ପତ୍ରର ଆଳ ଦେଖାଇବା କମିଟି ମିଟିଂର ଆଳ ଦେଖାଇବା, ମିଥ୍ୟା କହିବା, ବିଶୃଙ୍ଖଳା ସୃଷ୍ଟି ଆରୋପ କରି ବିଭିନ୍ନ ଆଳ ଦେଖାଇ ପାଚିକା ମାନଙ୍କ ମୁଣ୍ଡ ଉପରେ ସମସ୍ତ ଦୋଷ ଲଦି ଦେଇ ପାର ହେବାକୁ ଚାହୁଁଛନ୍ତି ବୋଲି ଜିଲ୍ଲା ସଭାପତି କାର୍ତ୍ତିକ ଚନ୍ଦ୍ର ମହାନ୍ତି ଅଭିଯୋଗ କରିଛନ୍ତି । ଅନ୍ୟାୟ ଭାବେ କାମ ବନ୍ଦ କରାଯାଇଥିବା ୨ ଜଣ ପାଚିକାଙ୍କୁ ତୁରନ୍ତ ତାଙ୍କ କାମର ସୁ ବ୍ୟବସ୍ଥା କରିବା ଲାଗି ଦାବି କରାଯାଇଛି । ନହେଲେ ସଂଘ ତରଫରୁ ଆନ୍ଦୋଳନ କାର୍ଯ୍ୟକ୍ରମ ଉର୍ବର କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା