ଆସ୍କା (ସମୃଦ୍ଧ ଓଡିଶା) ଆଜି ଆସ୍କା ଅବକାରୀ ବିଭାଗ, ଆସ୍କା ପୋଲିସ ବିଭାଗ ଓ ତହସିଲଦାର ସୁବାସ ଚନ୍ଦ୍ର ସେଠିଆ ତଥା ଷ୍ଟ୍ରାଇକିଙ୍ଗ ଫୋର୍ସ ଛତ୍ରପୁରଙ୍କ ମିଳିତ ଭାବେ ଅଚାନକ ଭାବେ ଚଢ଼ାଉ କରି ଗୋଲାପଲ୍ଲୀ ଏରଗୋଲା କ୍ୟାମ୍ପ, ପାକେଲା ପଲ୍ଲୀ ଓ ଆଇ.ବି କ୍ୟାମ୍ପ ଅଞ୍ଚଳରେ ଧରପଗଡ଼ କରାଯାଇ ୨୫ ଲିଟର ଦେଶୀ ରନ୍ଧା ମହୁଲି ମଦ ଜବତ କରାଯାଇଛି । ବେଆଇନ ମଦ ପ୍ରସ୍ତୁତି ଓ ବିକ୍ରୀ କାରବାରରେ ୩ଜଣ ଆସାମୀ ଯଥା ଆହୁଲା ରାବଣା, ଆହୁଲା ରେଣୁ, ଜେ. ସୁନ୍ଧରଆମ୍ମାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏହି ଅଂଚଳରେ ଚଢ଼ାଉ ଜାରି ରଖିବା ପାଇଁ ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳ ମହୋଦୟ, ପୋଲିସ ଏସପି ତଥା ଅବକାରୀ ସୁପରିଟେଣ୍ଡେଣ୍ଟଙ୍କ ନିର୍ଦ୍ଦେଶରେ ଆସ୍କା ତହସିଲଦାର ସୁବାଷ ଚନ୍ଦ୍ର ସେଠିଆଙ୍କ ତତ୍ତ୍ୱାବଧାନରେ ଗଞ୍ଜାମ ଅବକାରୀ ଉପାଧୀକ୍ଷକ ଅଭିରାମ ବେହେରା, ଜିଲ୍ଲା ଭ୍ରାମ୍ୟମାଣ ସଂସ୍ଥାର ନିରୀକ୍ଷକ ଗଙ୍ଗ ପାଇକରାୟ, ଆସ୍କା ଭାରପ୍ରାପ୍ତ ଅଧିକାରୀ ପୀତବାସ ଧାରୁଆ, ସବଇନିସ୍ପେକ୍ଟର ଭୂୟାଁ, ଲକ୍ଷ୍ମୀଧର ଷଡ଼ଙ୍ଗୀ ତଥା ଏସଆଇ ସ୍ମିତା ପଣ୍ଡାଙ୍କ ସମେତ ରବୀନ୍ଦ୍ରନାଥ ବିଶ୍ୱାଳ, କୃଷ୍ଣ ଚନ୍ଦ୍ର ସେଠି, ମଧୁସୂଦନ ଜାନି, ଅନନ୍ତ କହଁର, ସୁଜିତ କୁମାର ପ୍ରଧାନ ଅଂଶ ଗ୍ରହଣ କରିଥିଲେ । ନିର୍ବାଚନ ସମୟରେ ଓ ପରେ ଲଗାତାର ବେଆଇନ ମଦ ପ୍ରସ୍ତୁତି ଓ ବିକ୍ରି କରୁଥିବା ଅଂଚଳରେ ଚଢ଼ାଉ ଜାରି କରି ଆସାମୀମାନଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଛି । ଏହା ମଧ୍ୟ ଆଗକୁ ଜାରି ରହିବ ବୋଲି ବିଭାଗୀୟ କର୍ମଚାରୀଙ୍କ ଠାରୁ ସୂଚନା ମିଳିଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା