ବ୍ରହ୍ମପୁର(ସମୃଦ୍ଧ ଓଡିଶା) ବ୍ରହ୍ମପୁର ବିଜୁ ଜନତା ଦଳ ପାର୍ଟି କାର୍ଯ୍ୟାଳୟ ଠାରେ ଆସ୍କା ଲୋକସଭା ସାଂସଦ ଲଡୁ କିଶୋର ସ୍ବାଇଁଙ୍କ ଦେହାନ୍ତରେ “ଶୋକସଭା” ଅନୁଷ୍ଠିତ ହୋଇଯାଇଛି । ଏହି ଶୋକ ସଭାରେ ଜିଲ୍ଳା ବିଜେଡି ସଭାପତି ତଥା ଗୋପାଳପୁର ବିଧାୟକ ଡ଼. ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ସମେତ ପୂର୍ବତନ କେନ୍ଦ୍ର ମନ୍ତୀ ଚନ୍ଦ୍ର ଶେଖର ସାହୁ, ସୋରଡ଼ା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ସୁବାସ ମହାରଣା, ବ୍ରହ୍ମପୁର ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଆଦି ବିଜେଡି ନେତାମାନେ ଓ ମାନ୍ୟଗଣ ବ୍ୟକ୍ତି ଯୋଗ ଦେଇ ଶୋକ ପ୍ରକାଶ କରିଥିଲେ ।ତାଙ୍କ ଦେହାନ୍ତରେ ସମୃଦ୍ଧ ଓଡିଶା ତରଫରୁ ମଧ୍ୟ ଶୋକ ପ୍ରକାଶ କରାଯାଇଛି । ସେ ଥିଲେ ଜଣେ ପରୋପକାରୀ ପ୍ରକୃତ ସମାଜସେବୀ ବୋଲି ସମୃଦ୍ଧ ଓଡିଶା ସମ୍ପାଦକ କହିଛନ୍ତି । ତାଙ୍କ ପରଲୋକରେ ସମୃଦ୍ଧ ଓଡ଼ିଶାର ସମ୍ପାଦକ ସୁଧୀର ପଟ୍ଟନାୟକ ମୁଖ୍ୟ ସମ୍ପାଦକ ଡ଼ଃ ପ୍ରସନ୍ନ କୁମାର ପାଟ୍ଟଶାଣୀ ଗଭୀର ଶୋକ ପ୍ରକାଶ କରି ତାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି । ସାଂସଦ ଲଡୁ କିଶୋର ସ୍ୱାଇଁ ସମୃଦ୍ଧ ଓଡିଶାର ଜଣେ ଅନ୍ୟତମ ହିତାକାଂକ୍ଷୀ ଥିଲେ । ସେଥିପାଇଁ ସମୃଦ୍ଧ ଓଡିଶା ପ୍ରତି ତାଙ୍କର ସାହାଯ୍ୟ ସହଯୋଗ ଅଭୁଲା ସ୍ମୃତି ହୋଇ ରହିଗଲା ବୋଲି ସମ୍ପାଦକ ଜଣାଇଛନ୍ତି । ମୃତ୍ୟୁର ଠିକ ୮ଘଣ୍ଟା ପୂର୍ବରୁ ଆମ ସମ୍ପାଦକଙ୍କ ସହ ବାର୍ତାଳାପ ବେଳେ ସେ ସୁସ୍ଥ ଥିବା କହିଛନ୍ତି । ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଆମ ଗଞ୍ଜାମ ଜିଲ୍ଲା ପ୍ରତିନିଧି ସାମ୍ବାଦିକ ନିମାଇଁ ଚରଣ ପଣ୍ଡା ମଧ୍ୟ ଗଭୀର ଶୋକ ପ୍ରକାଶ କରି ପରଲୋକ ଗତ ସାଂସଦ ସ୍ୱାଇଁଙ୍କ ଆମର ଆତ୍ମାର ସଦଗତି କାମନା କରିବା ସହ ତାଙ୍କ ଶୋକାକୁଳ ପରିବାରକୁ ସମବେଦନା ଜଣାଇଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା