ପାରଳାଖେମୁଣ୍ଡି(ସମୃଦ୍ଧ ଓଡିଶା) ବ୍ରହ୍ମପୁର ଲୋକସଭା ନିର୍ବାଚନୀ ମଣ୍ଡଳ ଅଧିନସ୍ଥ ପାରଳାଖେମୁଣ୍ଡି ଜିଲ୍ଳା ଗୁମା ବ୍ଲକ ନମନାଗୁଡା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ବିଜେଡିର ଏକ ବ୍ଲକ ସ୍ତରୀୟ ମିଶ୍ରଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ରହ୍ମପୁର ସାଂସଦ ଡ଼ଃ ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିଲେ । ସ୍ଥାନୀୟ ପୂର୍ବତନ ବିଧାୟକ ତଥା ବିଜେଡି ନେତା କେ.ନାରାୟଣ ରାଓ ସମ୍ମାନୀୟ ଅତିଥି ରୂପେ ଯୋଗଦେଇ ଥିବା ବେଳେ ସ୍ଥାନୀୟ ବିଜେଡି ନେତାମାନେ ଯୋଗଦେଇ ବିଜେଡି ଓ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପ୍ରଣୀତ ସରକାରୀ କାର୍ଯ୍ୟକ୍ରମ କିପରି ଲୋକଙ୍କ ପାଖରେ ପହଞ୍ଚି ପାରିବ ସେନେଇ କର୍ମୀଙ୍କୁ ପରାମର୍ଶ ଦେଇଥିଲେ।
ରିପୋର୍ଟ : କୃଷ୍ଣ କୁମାର ବେହେରା