ଆୟୁଷ୍ମାନ ଭାରତ ଯୋଜନାରେ ରାଜ୍ୟ ସାମିଲ ହେବାକୁ ମାହାଙ୍ଗାରେ ସାମ୍ବାଦିକ ସମ୍ମିଳନୀ

ମାହାଙ୍ଗା(ଅଶୋକ କୁମାର ସାହୁ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆୟୁଷ୍ମାନ ଭାରତ ଯୋଜନାରେ ଓଡ଼ିଶାବାସୀଙ୍କୁ ସାମିଲ ପାଇଁ  ଗତ 30 ତାରିଖରୁ ସାରା ରାଜ୍ୟରେ ସପ୍ତାହ ବ୍ୟାପି ବିଜେପିର ବ୍ୟାପକ ଜନଜାଗରଣ କାର୍ଯ୍ୟକ୍ରମ କରାଯାଇଥିବା ବେଳେ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଏହି ଯୋଜନାର କାର୍ଯ୍ୟକାରିତା ଉପରେ ଗତକାଲି ସନ୍ଧ୍ୟାରେ ନିଶ୍ଚିନ୍ତକୋଇଲି ଦେବୀ କୃପା ମଣ୍ଡପରେ ଯୁବ ବେଜେପି ନେତା ସାରଦା ପ୍ରଧାନଙ୍କ ନେତୃତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ରାଜ୍ୟରେ ମାଗଣା ସ୍ୱାସ୍ଥ୍ୟସେବା ସଠିକଭାବେ ହେଉନଥିବାବେଳେ ବିଭିନ୍ନପ୍ରକାର ଦୁର୍ନୀତିକୁ ସମାଲୋଚନା କରିବା ସହ ଜନସଚେତନତାକୁ ବ୍ୟାପକ କରାଯିବ ବୋଲି ପ୍ରଧାନ କହିଥିଲେ । ମୋଦି ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାରେ ରାଜ୍ୟ ସରକାର ସାମିଲ ନହେବା ଯୋଗୁଁ ଉଦବେଗ ପ୍ରକାଶ କରିଥିଲେ । ଏହାର ପ୍ରତିବାଦରେ ଆଗମୀ ଦୁଇଦିନ ଧରି ମାହାଙ୍ଗା ବିଧାନସଭା ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ଜନସଚେତନତା ପାଇଁ ଜନଜାଗରଣ ଅଭିଯାନ ଓ ପଥପ୍ରାନ୍ତ ସଭା କରାଯିବ ବୋଲି ସେକହିଥିଲେ । ଆୟୁଷ୍ମାନ ଭାରତ ଯୋଜନାକୁ ଓଡିଶା ସରକାର ସାମିଲ ହେବାପାଇଁ ଆଗାମୀ ସାତଦିନ ପର୍ଯ୍ୟନ୍ତ ଗାଁ କୁ ଗାଁ ଓ ଘରକୁ ଘର ଅଭିଯାନ କରି ଦସ୍ତଖତ ସଂଗ୍ରହ କରାଯିବ ।  ଏହି ଦସ୍ତଖତ ପତ୍ରକୁ ରାଜ୍ୟସରକାରଙ୍କ ପାଖକୁ ପଠାଯାଇ ଏହିଯୋଜନାକୁ ସାମିଲ କରିବାପାଇଁ ବାଧ୍ୟ କରାଯିବ ବୋଲି ସେକହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ କଟକ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସମ୍ପାଦିକା ଯାଜ୍ଞସେନୀ ଜେନା, କଟାକଜିଲ୍ଲା ବିଜେପି ଉପସଭାପତି ରଂଜିତ କୁମାର ସାହୁ, ସମୀର ସାମଲ, ବିପ୍ଳବ କେଶରୀ କାଠୁଆ, ଗଦାଧର ପଣ୍ଡା, ଅଶୋକ ପଣ୍ଡା ପ୍ରମୁଖ ବିଜେପି କର୍ମକର୍ତ୍ତା ମାନେ ଅଂଶଗ୍ରହଣ କରିଥିଲେ ।