ଇକୋକ୍ଲବ୍ (ଜାତୀୟ ସବୁଜ ବାହିନୀ) ଜଳେଶ୍ୱର ତରଫରୁ ବନ ମହୋତ୍ସବ ସପ୍ତାହ ପାଳନର ତୃତୀୟ ଦିବସ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଆନନ୍ଦ ମୟୀ ଉଚ୍ଚ ବିଦ୍ୟାଳୟ, ଦେବକୁମାର, ପଶ୍ଚିମବାଡ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରତିମା ନନ୍ଦୀ ପୋରହିତ୍ୟ କରିଥିଲେ ।  ଅତିଥି ଭାବେ ଦେବକୁମାର ଗ୍ରାମର ମୁଖ୍ୟ ଶ୍ରୀମନ୍ତ ପ୍ରଧାନ, ସହକାରୀ ଶିକ୍ଷକ ସୁକୁମାର ମିଶ୍ର, ହିନ୍ଦୀ ଶିକ୍ଷକ ସରସୀଦା ଉଚ୍ଚ ବିଦ୍ୟାଳୟ ମନୋରଞ୍ଜନ ଦତ୍ତ, କସିଦା ଉଚ୍ଚ ବିଦ୍ୟାଳୟର ଅଫିସ ସହାୟକ ରବିନ୍ଦ୍ର ନାଥ ପାଳ, ମନୋରଞ୍ଜନ ପ୍ରଧାନ, ରାମଚନ୍ଦ୍ର ପ୍ରଧାନ, ଖଗେନ୍ଦ୍ର ନାଥ ଗିରି, ଖଗେନ୍ଦ୍ର ନାଥ ଅଣ୍ଡିଆ, ସ୍କୁଲ କମିଟିର ସଭାପତି ରମେଶ ଚନ୍ଦ୍ର ପାତ୍ର, କର୍ମଚାରୀ  ବିଷ୍ଣୁ ପ୍ରିୟା ନନ୍ଦୀ, କାର୍ତ୍ତିକ ଚନ୍ଦ୍ର ଜେନା, ରଶ୍ମୀ ରଞ୍ଜନ ବେହେରା, ଶୀତଲ କୁମାର ଜେନା, ଶିକ୍ଷକ ଦେବା ଶିଷ ଦାସ, ସୁବାଷ ଚନ୍ଦ୍ର ଯ୍ୟୋତି, ନମିତା ରାଣୀ ପ୍ରଧାନ, ଇତ୍ୟାଦି ଯୋଗଦେଇ ବୃକ୍ଷ ରୋପଣ ଦ୍ବାରା ପରିବେଶର ସନ୍ତୋଳନ କିପରି ରକ୍ଷା କରାଯାଇ ପାରିବ, ସେ ସଂପର୍କରେ ବକ୍ତବ୍ୟ ରଖିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଜଳେଶ୍ୱର ଓ ଭୋଗରାଇ ବ୍ଲକ ପାଇଁ ଇକୋକ୍ଲବ ମାଷ୍ଟର ଟ୍ରେନର ଭାବେ ନିଯୁକ୍ତି ପାଇଥିବା ଟାଉନ ହାଇସ୍କୁଲ ଜଳେଶ୍ୱରର ଶିକ୍ଷକ ଡ. ଅଜିତ କୁମାର ମହାନ୍ତି ଆୟୋଜନ କରିଥିବା ବେଳେ ଆନନ୍ଦ ମୟୀ ହାଇସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ, ଶିକ୍ଷାକର୍ମଚାରୀ ମାନେ ପରିଚାଳନା କରିଥିଲେ । ଏଥିସହିତ ଏହିଭଳି ସପ୍ତାହ ବ୍ୟାପି ଜଳେଶ୍ୱର ମ୍ୟୁନିସିପାଲିଟି, ଜଳେଶ୍ଵର ଓ ଭୋଗରାଇ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଉକ୍ତ କାର୍ଯ୍ୟକ୍ରମ କରିବା ସହିତ ଗୋଟିଏ ବୃକ୍ଷ ଗୋଟିଏ ଜୀବନ’ ଉକ୍ତିକୁ ସାର୍ଥକ କରିବାର ପ୍ରତିଶ୍ରୁତି ଡ.ମହାନ୍ତି ଦେଇଥିଲେ । ଶେଷରେ ବିଦ୍ୟାଳୟ ହତାରେ ୬୦ରୁ ଅଧିକ ବିଭିନ୍ନ ବୃକ୍ଷ ରୋପଣ କରା ଯାଇଥିଲା । ବୃକ୍ଷ ହିଁ ଜୀବନ କରୋନା ସମୟରେ ବୃକ୍ଷ ମୂଳରେ ବିଶୁଦ୍ଧ ଅମ୍ଳଜାନ ମିଳି ପାରିବ ବୋଲି ସମସ୍ତେ ମତବ୍ୟକ୍ତ କରିଥିଲେ । ଏଥିସହିତ ବୃକ୍ଷର ଆକସ୍ମିକ ଦୁର୍ଘଟଣା ଓ ସୁରକ୍ଷା ସମ୍ପର୍କରେ ଆଲୋକପାତ କରିଥିଲେ । ଡ. ଶ୍ରୀ ମହାନ୍ତି ଜଳେଶ୍ୱର ବ୍ଲକର ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନଙ୍କୁ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ନିଜ ନିଜ ବିଦ୍ୟାଳୟରେ ବୃକ୍ଷରୋପଣ କରିବାକୁ ଆହ୍ବାନ ଦେଇଥିଲେ ।