ଜଳେଶ୍ୱର (ସମୃଦ୍ଧ ଓଡିଶା) କରୋନାର ପ୍ରାଦୁର୍ଭାବ ଦିନକୁ ଦସିନ ବଢୁଥିବା ବେଳେ ଜଳେଶ୍ୱର ବ୍ଲକ ଓ ମ୍ୟୁନିସୀପାଲଟି ଅଂଚଳରେ ଥିବା ପ୍ରାୟ ୩୨ଟି ଇଟାଭାଟିରେ ଶ୍ରମିକମାନେ କାର୍ଯ୍ୟ କରୁଥିବାର ଦେଖିବାକୁ ମିଳିଛି । ଅକ୍ଟୋବରରୁ ଜୁନ୍ ଯାଏ ଇଟାଭାଟି ଗୁଡିକରେ ଇଟା ପ୍ରସ୍ତୁତ ହେଉଥିବାରୁ ନିଜ ଅଂଚଳ ଓ ଝାଡଖଣ୍ଡ, ବିହାର, ପଶ୍ଚିମବଂଗ ରାଜ୍ୟରୁ ଶହ ଶହ ଶ୍ରମିକଙ୍କୁ ଅଣାଯାଇ ଏଠାରେ ଇଟା ପ୍ରସ୍ତୁତ କାର୍ଯ୍ୟରେ ଲଗାଯାଏ । କିନ୍ତୁ ଚଳିତ ବର୍ଷ କରୋନାରେ ବିଶ୍ୱବାସୀ ଭିତତ୍ରସ୍ତ ଥିଲାବେଳେ ଜଳେଶ୍ୱର ଅଂଚଳର କେତେକ ଇଟାଭାଟିରେ ଶ୍ରମିକ ମାନଙ୍କୁ ନିୟୋଜିତ କରାଯାଉଥିବା ଅଭିଯୋଗ କ୍ରମେ ଜଳେଶ୍ୱର ପୁଲିସ୍ ଚଡାଉ କରିଛି । ବିଭିନ୍ନ ଇଟାଭାଟିରେ ଘଟଣାର ସତ୍ୟାସତ୍ୟ ଜାଣି ପୁଲିସ୍ ଇଟାଭାଟିର ମାଲିକ ଓ ମ୍ୟାନେଜରଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଉଦାହରଣ ସ୍ୱରୂପ ଗତ ସଂଧ୍ୟାରେ ଜଳେଶ୍ୱର ପୋଲିସ୍ କେତେକ ଇଟାଭାଟିର ମାଲିକ ଓ ମ୍ୟାନେଜରଙ୍କୁ ଅଟକ ରଖିଥିବା ଜଣାଯାଇଛି । ଲକ୍ ଡାଉନଥ ସତ୍ୱେ ଏପରି କାର୍ଯ୍ୟ ଚାଲୁଥିବାରୁ କାଳିଚରଣ ଜେନା, ତାପନ କୁମାର ସାସମଲ, ରଂଜିତ ମହାପାତ୍ର, ନିଖିଲଚନ୍ଦ୍ର ଦାସ, ମୋଦନ ମୋହନ ବେହେରାଙ୍କୁ ସରକାରୀ ନିୟମକୁ ଖିଲାପଳ କରୁଥିବା ଅଭିଯୋଗରେ ପୋଲିସ୍ ୧୨୦/୨୦ଭୂଳେ ଏକ ମାମଲା ରୁଜୁ କରିଛି । ବ୍ୟକ୍ତିଗତ ମୁଚାଲିକାରେ ସେମାନଙ୍କୁ ଥାନାରୁ ଛଡାଯାଇଥିବା ଜଣାଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା