
ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ସହର ସ୍ଥିତ ଅଶୋକ ନଗର ୭ମ ଲାଇନରେ ଏକ ନୂତନ ଇଣ୍ଟରନେସିନାଲ ସ୍କୁଲ ୟୁରୋ କିଡ୍ସର ଶୁଭ ଉଦଘାଟନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ । ଆଜିର ଶିଶୁ କନ୍ୟା ମହାନ ହୋଇଥିବାରୁ ଏକ ଶିଶୁ କନ୍ୟା ଦ୍ୱାରା ଉକ୍ତ ସ୍କୁଲର ରିବନ କାଟି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଏହି ସ୍କୁଲରେ ଛୋଟ ଶିଶୁ ମାନଙ୍କ ପାଇଁ ସମସ୍ତ ସୁବିଧା ରହିଲେ ଅଭିଭାବକ ମାନେ ପିଲାମାନଙ୍କୁ ପ୍ରବେଶ କରିବେ ବୋଲି ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମତୀ ଭାଗ୍ୟଲଷ୍ମୀ ସାବତ ପ୍ରିନ୍ସପାଲ, ଶ୍ରୀକାନ୍ତ ସାବତ ଫ୍ରାଞ୍ଚାଇଜ ଓନର, ଶ୍ରୀମତୀ ସୋନାଲି ଗନ୍ତାୟତ ଓ କର୍ପୋରେଟର ସୁରେନ୍ଦ୍ର ମହାରଣା ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
