

ଗୋପାଳପୁର (ସମୃଦ୍ଧ ଓଡିଶା) ଇନର ହ୍ୱିଲ କ୍ଲବ ଅଫ ବ୍ରହ୍ମପୁର ଇଷ୍ଟ ଅନୁକୁଲ୍ୟରେ ଏବଂ ଏମକେସିଜି ମେଡିକାଲର ଚକ୍ଷୁ ବିଭାଗ ସହଯୋଗରେ ଏକ ପ୍ରାଥମିକ ଚକ୍ଷୁ ଚିକିତ୍ସା ଶିବିର ଧର୍ମଗୁରୁ, ଗୋପାଳପୁର ଠାରେ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୭୧ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା ଓ ସେଥିମଧ୍ୟରୁ ୮ ଜଣଙ୍କୁ ଆଜି ଅସ୍ତ୍ରୋପଚାର ପାଇଁ ଏମକେସିଜି ଚକ୍ଷୁ ବିଭାଗକୁ ସ୍ଥାନାନ୍ତର କରାଯାଇଅଛି । ଡ଼ଃ ରାଜେନ୍ଦ୍ର ପ୍ରସାଦ ବେହେରାଙ୍କ ପ୍ରତକ୍ଷ ତତ୍ତ୍ୱାବଧାନରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରକୁ ଇନର ହ୍ୱିଲ କ୍ଲବର ସଭାପତି ସବିତା ପଟ୍ଟନାୟକ ଏବଂ ଅନେକ କର୍ମକର୍ତ୍ତା ଓ ସଦସ୍ୟ ପରିଚାଳନା କରିଥିଲେ । ରୋଟାରୀଆନ ଅସିତ ଦତ୍ତ ଓ ଡ଼ଃ ପ୍ରଦୀପ୍ତ ପଟ୍ଟନାୟକ ଏହି ଶିବିରରେ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା
