

ରାୟଗଡ଼ା (ସମୃଦ୍ଧ ଓଡିଶା) ଥେରୁବାଲି ସ୍ଥିତ ଇମ୍ଫା କମ୍ପାନୀର ମୁଖ୍ୟ ଶ୍ରୀ କେ. ଭି. ରାଓଙ୍କ ନେତୃତ୍ୱରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ସକାଳୁ ଇମ୍ଫାର ବିଭିନ୍ନ କଲୋନୀ ତଥା ଡି. ପି. କ୍ୟାମ୍ପ ମାର୍କେଟ, ଡି. ପି. କ୍ଯାମ୍ପ ବସ୍ ଷ୍ଟାଣ୍ଡ ଏକ ପ୍ରଭାତ ଫେରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଇମ୍ଫାର କର୍ମଚାରୀମାନଙ୍କ ସହିତ ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣ ବଣିକ ସଂଘର ସଭ୍ୟ ମଧ୍ୟ ଯୋଗ ଦେଇଥିଲେ । ପ୍ରଭାତ ଫେରି ସମୟରେ ବାୟୃ ପ୍ରଦୁଷଣ ରୋକିବା, ପ୍ଲାଷ୍ଟିକ ଦୂରୀକରଣ, ଜଳ ସଂରକ୍ଷଣ, ଓ ବୃକ୍ଷରୋପଣ ନିମନ୍ତେ ସଚେତନତା ଭିତିକ ସ୍ଲୋଗାନ ମାନ ଦିଆଯାଇଥିଲା ଓ ଲୋକମାନଙ୍କୁ ବୁଝା ଯାଇଥିଲା । ଇମ୍ଫାର କର୍ମଚାରୀ ଓ ଗୃହିଣୀ ନିମନ୍ତେ ଜଳର ସଂରକ୍ଷଣ, ବିଦ୍ୟୁତ ସଂରକ୍ଷଣ, ଓ ପ୍ଲାଷ୍ଟିକ ଜନିତ ପ୍ରଦୁଷଣରୁ କିପରି ଭାବରେ ରୋକାଯିବ ତାହାର ଏକ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା । ଇମ୍ଫା ଉତ୍ପାଦନ ବିଭାଗର ମୁଖ୍ୟଙ୍କ ସହିତ ଅନ୍ୟ କର୍ମଚାରୀ ମାନେ ବିଭିନ୍ନ ପ୍ରକାର ବୃକ୍ଷରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଇମ୍ଫା ର କର୍ମଚାରୀ ଓ ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣ ବଣିକ ସଂଘର କେ. ଆପନା, ଅକ୍ଷୟ କୁମାର ପାତ୍ର, ବ୍ୟାସ ମୁନି ଓ ଅନ୍ୟ ମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମଟିକୁ ଗୁଣବତ୍ତା ବିଭାଗର ଶ୍ରୀ ଦିନେଶ କୁମାର ମହାନ୍ତି ସଂଯୋଜନା କରିଥିଲେ ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ