ଥେରୁବାଲି (ସମୃଦ୍ଧ ଓଡିଶା) ସ୍ଥାନୀୟ ଗୁନାଖାଲ ଗ୍ରାମବାସୀଙ୍କ ନିମନ୍ତ୍ରଣ କ୍ରମେ ଥେରୁବାଲି ସ୍ଥିତ ଇମ୍ଫା କାରଖାନାର ବରିଷ୍ଠ ମହାପ୍ରବନ୍ଧକ କେ. ଭି. ରାଓ ଓ ଇମ୍ଫାର ବରିଷ୍ଠ କର୍ମକର୍ତ୍ତାଙ୍କ ସହ ନିକଟସ୍ଥ ଗୁନାଖାଲ ଗ୍ରାମ ପରିଭ୍ରମଣ କରିଥିଲେ । ଗୁନାଖାଲ ଗ୍ରାମବାସୀଙ୍କ ତରଫରୁ ସମସ୍ତ ଅତିଥିବୃନ୍ଦଙ୍କୁ ଗ୍ରାମବାସୀଙ୍କ ତରଫରୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।ବାଦ୍ୟ ଓ ନୃତ୍ୟର ତାଳେ ତାଳେ ଗୁନାଖାଲ ଗ୍ରାମବାସୀ ଗାଁ ମୁଣ୍ଡରୁ ଧରଣୀଦେବୀ ପୀଠ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ ।ଧରଣୀଦେବୀ ପୀଠରେ ପୂଜାର୍ଚନା ସାରି ଶ୍ରୀ ରାଓ ଗ୍ରାମବାସୀଙ୍କ ତରଫରୁ ଆୟୋଜିତ ଏକ ସାଧାରଣ ସଭାରେ ଯୋଗଦେଇ ଗ୍ରାମବାସିଙ୍କ ସମସ୍ୟାଗୁଡିକ ପଚାରି ବୁଝିଥିଲେ । ଗ୍ରାମବାସୀଙ୍କ ତରଫରୁ ୱାର୍ଡ ମେମ୍ବର ଶ୍ରୀମତୀ କତି କାଡ୍ରାକା ଗୁନାଖାଲ ଗ୍ରାମରେ ପାନୀୟ ଜଳ ଓ ଷ୍ଟିଟ ଲାଇଟ ଏକ ବଡ ସମସ୍ୟା ହୋଇଥିବା ବିଷୟରେ ଶ୍ରୀ ରାଓଙ୍କ ଦୃଷ୍ଟି କୋଣକୁ ଆଣିଥିଲେ । କାରଖାନାକୁ ଗ୍ରାମବାସୀଙ୍କ ତରଫରୁ ଏକ ଦରଖାସ୍ତ ସହ ସ୍ଥାନ ନିରୂପଣ କରାଗଲେ କାରଖାନା ତରଫରୁ ନିଶ୍ଚିତ ଭାବେ ଏହା ଉପରେ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ରାଓ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେବା ସହ ଆଖ ପାଖ ଅଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡା ଓ ଲୋକ୍କାଇତ ପ୍ରତିଭା ବିକାଶ କରିବା ଆମର ସାମାଜିକବୋଧ ଦାୟିତ୍ୱ ଏବଂ ଆମେ ସଚେତନ ସ୍ଥାନୀୟ ଅଞ୍ଚଳର ଉନ୍ନୟନ ପରିଷଦର ସଭ୍ୟମାନଙ୍କ ସହିତ ଏକ ସଭାର ଆୟୋଜନ କରିଥିବାରୁ ଶ୍ରୀ ରାଓ ଖୁସି ବ୍ୟକ୍ତି କରିବା ସହିତ ସନ୍ତୋଷ ପରିବେଷଣ କରିଥିଲେ । ଏହି ପରିପେକ୍ଷୀରେ ଉନ୍ନୟନ ପରିଷଦର ସଭ୍ୟା ଶ୍ରୀମତୀ ମମତା ପୁଲାକା ବିଭିନ୍ନ ଗ୍ରାମରେ ଇମ୍ଫା ତରଫରୁ ବହୁତ ଉନ୍ନୟନ ମୂଳକ ପଦକ୍ଷେପ ନିଆଯାଉଛି ଏବଂ ଏହିପରି ଅଞ୍ଚଳର ସମସ୍ତ ଗ୍ରାମକୁ ପରିଭ୍ରମଣ କରିବା ପାଇଁ ଇମ୍ଫା କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ । ଏହି ପରିପ୍ରେକ୍ଷୀୟ ଗ୍ରାମର ଝିଅମାନେ ଆଞ୍ଚଳିକ ନୃତ୍ୟ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଇମ୍ପା ମାନବ ସମ୍ବଳ ଓ ପ୍ରଶାସନ ବିଭାଗର ଉପ ମହାପ୍ରବନ୍ଧକ ଅଜୟ କୁମାର ବେହୁରିଆ ଥେରୁବାଲି ଗ୍ରାମ ପଞ୍ଚାୟତର ପୂର୍ବତନ ସରପଂଚ ପ୍ରହଲ୍ଲାଦ ହିକକା, ଭଗବାନ କାଡ୍ରାକା, ରାଜୁ କାଡ୍ରାକା, ଆପେୟା କାଡ୍ରାକା, ଲୋକନାଥ କାଡ୍ରାକା, ଥେରୁବାଲି ଆଞ୍ଚଳିକ ଉନ୍ନୟନ କମିଟିର ସଭ୍ୟ ଓ ସଭ୍ୟବୃନ୍ଦ ଉପସ୍ଥିତ ଥିଲେ । ଇମ୍ଫା କର୍ତ୍ତୃପକ୍ଷ ଏଭଳି ଗ୍ରାମାଞ୍ଚଳ ଗସ୍ତକୁ ଥେରୁବାଲି ତଥା ଆଖପାଖ ଗ୍ରାମାଞ୍ଚଳରେ ଜନସାଧାରଣ ବହୁଳ ଭାବରେ ସ୍ୱାଗତ କରୁଥିବା ଜଣାଯାଏ ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ