


ରାୟଗଡା(ସମୃଦ୍ଧ ଓଡିଶା)ରାୟଗଡା ଜିଲ୍ଲା ଥେରୁବାଲି ସ୍ଥିତ ଇମ୍ଫା କାରଖାନ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଇମ୍ଫା ଏମ୍ପେ୍ଲାଇସ୍ କ୍ଲବରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ଇମ୍ଫା ଥେରୁବାଲି କମ୍ପାନୀର ସିନିୟର ଜିଏମ୍ କେ.ଭି.ରାଓ, କୋଲନରା ବ୍ଲକ୍ ବିଜେଡି ସଭାପତି ବିକ୍ରମ ପିରିବାକା, ସରପଞ୍ଚ କମଳା ହିକକା, ଲୋକସଂପର୍କ ଅଧିକାରୀ ଶକ୍ତି ପାଣିଗ୍ରାହୀଙ୍କ ସମେତ ଆଇଟିଆଇ, କେଭିଏସ୍ କଲେଜ, ଅମଳାଭଟ୍ଟା ସ୍ଥିତ ସ୍କିଲ ଡେଭଲପମେଣ୍ଟ ସେଣ୍ଟରର ଛାତ୍ରଛାତ୍ରୀ ମାନେ ଯୋଗଦେଇ ସ୍ୱେଚ୍ଛାକୃତ ରକ୍ତଦାନ କରିଥିଲେ । ଏହି ଶିବିରରେ ମୋଟ ୫୨ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ସୂଚନା ମିଳିଛି ।
ରିପୋର୍ଟ:ତୁଷାର ରଞ୍ଜନ ସାହୁ

