ଇଲେକ୍ଟ୍ରୋ ହୋମିଓପ୍ୟାଥିର ଉଦଭାବକ ଡା. ମେଟ୍ଟିଙ୍କ ୨୧୦ତମ ଜୟନ୍ତୀ ପାଳିନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଇଲେକେଫ୍ରା ହୋମିଓପ୍ୟାଥିର ଉଦ୍ଭାବକ ଡ଼ା. କାଉଣ୍ଟ ସିଜର୍‌ ମେଟ୍ଟିଙ୍କ୨୧୦ତମ ଜୟନ୍ତୀ ଶ୍ରୀଜଗନ୍ନାଥ ଇଲେକେଫ୍ରା ହୋମିଓ ମେଡିକାଲ କଲେଜ, ଆମ୍ବପୁଆ ସ୍ଥିତ ଶ୍ରୀ ଜଗନ୍ନାଥ ଇଲେକ୍ଟ୍ରୋ ହୋମିଓ କ୍ଲିନିକ ଓ ଇଲେକ୍ଟ୍ରୋ ହୋମିଓ ଚିକିତ୍ସକ ସଂଘ ଓଡ଼ିଶାର ମିଳିତ ଆନୁକୂଲ୍ୟରେ କରାପଲ୍ଲୀ ସ୍ଥିତ ନୂତନ କୋଠା ପରିସରରେ ପାଳିତ ହୋଇଯାଇଛି । ଅତିଥି ଭାବେ ସ୍ୱେଚ୍ଛାସେବୀ ସଂଗଠନ ପ୍ରେମ୍‌ର ଲୋକ ସମ୍ପର୍କ ଅଧିକାରୀ ରତନ ମିଶ୍ର ଯୋଗଦେଇ ଡ଼ା. ମେଟ୍ଟିଙ୍କ ଫୋଟଚିତ୍ରରେ ମାଲ୍ୟାର୍ପଣ କରିବା ସହ ଇଲେକ୍ଟ୍ରୋ ହୋମିଓ ପ୍ରତିଷ୍ଠାତାଙ୍କ ଗୁଣାବଳୀ ସମ୍ପର୍କରେ ଆଲୋଚନା କରି ଜାତୀୟ ଓ ଆନ୍ତର୍ଜାତୀୟ କ୍ଷେତ୍ରରେ ଇଲେକ୍ଟ୍ରୋ ହୋମିଓପ୍ୟାଥି ଚିକିତ୍ସା ଦ୍ୱାରା ଅସାଧ୍ୟ ରୋଗ ଆରୋଗ୍ୟ ସାଧନ ହୋଇପାରୁଛି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ ତଥା ଇଲେକ୍ଟ୍ରୋ ହୋମିଓପ୍ୟାଥି ଚିକିତ୍ସକ ସଂଘ ରାଜ୍ୟ ସମ୍ପାଦକଡ଼ା. ସତ୍ୟ ନାରାୟଣ ପାତ୍ର, କୋଷାଧ୍ୟକ୍ଷା ଡ଼ା. କଳ୍ପନା ଭୂୟାଁ ପ୍ରମୁଖ ଯୋଗଦେଇ ଡ଼ା. ମେଟ୍ଟିଙ୍କ ଜୀବନୀ ଓ ତାଙ୍କ ଚିକିତ୍ସା ପଦ୍ଧତି ସମ୍ପର୍କରେ ଆଲୋକପାତ କରିଥିଲେ । ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ଡ଼ା. ଅମିତ ମହାନ୍ତି, ଛାତ୍ର ଅମିତ୍‌ ନନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବାବେଳେ ଡ଼ା. କଳ୍ପନା ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ରବି ରଥ, ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା