
ଜଳେଶ୍ୱର (ସମୃଦ୍ଧ ଓଡିଶା) ଓଡିଶାର ପ୍ରବେଶଦ୍ୱାର ଜଳେଶ୍ୱର ସହରକୁ ସ୍ୱର୍ଚ୍ଛ ସୁନ୍ଦର ଗଢି ତୋଳିବାଲାଗି ପୌରପାଳିକା ପକ୍ଷରୁ ଇ-ଆବର୍ଜନା ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇଛି । ୱାର୍ଡ ଗୁଡିକୁ ଯାଇ ଯାନ ଗୁଡିକ ଦ୍ୱାରା ନିର୍ଗତ ଆବର୍ଜନା ଡଷ୍ଟବିନ୍ରୁ ଆଣି ସବାରୀ ଗାଡି ମାଧ୍ୟମରେ ଆର୍ଦ୍ଦ୍ର ଓ ଶୁଷ୍କ ଆବର୍ଜନା ସଂଗ୍ରହ ହେଉଛି ବୋଲି ପୌର ଅଧିକାରୀ ଅଜୟ କୁମାର ମହାପାତ୍ର କହିଛନ୍ତି । ପ୍ରତିଦିନ ସକାଳେ ସବାରୀ ଗାଡି ଗୁଡିକ ନିର୍ଦ୍ଦିଷ୍ଟ ଡଷ୍ଟବିନ୍ ନିକଟକୁ ଯାଇ ଇ-ଆବର୍ଜନା ସହିତ ଇଲେ୍େଟ୍ରାନିକ୍ସ ଓ ବିପଦ ଜନକ ବଜ୍ୟବସ୍ତୁ ସଂଗ୍ରହ କରାଯାଉଛି । ଏପରିକି କମ୍ପ୍ୟୁଟର, ଅଚଳ ଟିଭି, ରଂଗଡବା, ଛୁଞ୍ଚି, ସିରିଞ୍ଜ, ପୁରୁଣା ବ୍ୟାଟେରୀ, ବଲ୍ୱ ଗୁଡିକୁ ଅଲଗା ରଖାଯିବାକୁ ପରାମର୍ଶ ଦିଆଯାଇଛି । ଏହା ଏକ ଅଭିନବ ପ୍ରୟାସ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ରିପୋର୍ଟ : ଭୂପତି ପରିଡା