ଉଚ୍ଚ ଶିକ୍ଷା, ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀଙ୍କ ଦିନିକିଆ ହିଞ୍ଜିଳି ଗସ୍ତ : ଆଲୋଚନା ଓ ସମୀକ୍ଷା

ହିଞ୍ଜିଳିକାଟୁ (ସମୃଦ୍ଧଓଡିଶା)ଗଞ୍ଜାମ ଦିନିକିଆ ଗସ୍ତରେ ଉଚ୍ଚଶିକ୍ଷା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଗୁରୁବାର ହିଞ୍ଜିଳିକାଟୁ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା ଓ ଆଲୋଚନା କରିଥିଲେ। ଅପରାହ୍ନ ୪ଘଣ୍ଟ ସମୟରେ ପ୍ରଥମେ ହିଞ୍ଜିଳିକାଟୁ ବିଜ୍ଞାନ ସ୍ଵୟଂଶାସିତ ମହା ବିଦ୍ୟାଳୟରେ ପହଞ୍ଚିବା ପରେ ଅଧ୍ୟକ୍ଷ ଅରୁଣ କୁମାର ଖାଡଙ୍ଗା, ଅଧ୍ୟାପକ,ଅଣ ଶିକ୍ଷକ ଓ ଛାତ୍ରଛାତ୍ରଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । କଲେଜର ଅଧ୍ୟାପକ ଓ ଅଣଶିକ୍ଷକ ପଦବୀ ପୂରଣ, ବିଭିନ୍ନ ମୌଳିକ ସମସ୍ୟା ଦୂର କରିବା ସହ ଏହା ଦକ୍ଷିଣ ଓଡ଼ିଶାର ସର୍ବବୃହତ୍ତ ମହାବିଦ୍ୟାଳୟ ହୋଇଥୁବାରୁ ସରକାରୀ ମାନ୍ୟତା ପ୍ରଦାନ କରିବା ପାଇଁ ଛାତ୍ରଛାତ୍ରୀ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଜିଲା ସଂସ୍କୃତି ବିଭାଗ ଓ ଲୋକକଳା ଗ୍ରାମ ନନ୍ଦିକ ପଞ୍ଚାୟତ ତରଫରୁ ନାଟ୍ୟମଣ୍ତପ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୁ ରୂପେ ମନ୍ତ୍ରୀ ଯୋଗ ଦେଇଥିବା ବେଳେ, ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର, ଅତିରିକ୍ତ ଜିଲ୍ଲାପାଳ ଦେବବ୍ରତ ସାହୁ, ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ,ପୋୖର ପରିଷଦ ,ହିଞ୍ଜିଳି ବିଧ୍ୟାୟକ ପ୍ରାର୍ଥୀ ଶିଶିର ମିଶ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ରବିନାରାୟଣ ବେହେରା କାର୍ଯ୍ୟକ୍ରମ ସଞ୍ଚାଳନ ଓ ନନ୍ଦିକ ସରପଞ୍ଚ କୃଷ୍ଣଚନ୍ଦ୍ର ଭଉଳ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ ଜଗଦୀଶ ପାଣିଗ୍ରାହୀ ବକ୍ତବ୍ୟ ପ୍ରଦାନ କରିଥିଲେ ।ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ଦାସକାଠିଆ ଗୁରୁ ରାଧାଶ୍ୟାମ ସାହୁ ଶର୍ମାଙ୍କୁ ମନ୍ତ୍ରୀ ଶ୍ରୀ ସୁରଜ ସମ୍ବଦ୍ଧନା କରିଥିଲେ ।ଭାରତଲୀଳା ଓ ଦାସକାଠିଆ କଳାକାରଙ୍କ ସହିତ ଆଲୋଚନା କରି ମତ ପ୍ରକାଶ କରିଥିଲେ ଯେ, ଲୋକକଳା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଗଠିତ ହୋଇଛି । ସଂସ୍କୃତି ବିଭାଗ ସହିତ ଅନୁବନ୍ଧିତ ଲୋକକଳା ଦଳର ପାରି ଶ୍ରମିକ ବୃଦ୍ଧି କରିବା ସହିତ ଅଣ ଅନୁବନ୍ଧିତ ଲୋକକଳା ଦଳ ମାନଙ୍କୁ ଚିହ୍ନଟ କରି ସୁଯୋଗ ଦିଆଯିବ। ଏଥି ସହିତ କହିଥିଲେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିର ବିକାଶ ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି l ସେ ମଧ୍ୟ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଭାବେ ଓଡ଼ିଶାରେ ୩୧୪ ବ୍ଲକରେ ଯେତେ ସବୁ କଳାଗ୍ରାମ ରହିଛି ସେ ସବୁ ଗସ୍ତ କରି ଓଡ଼ିଶାର କଳା ଓ ସଂସ୍କୃତିକୁ କିଭଳି ଆଗକୁ ନିଆ ଯାଇପାରିବ ସେ ନେଇ ଚେଷ୍ଟା କରିବେ ବୋଲି ମତବ୍ୟକ୍ତ କରିଥିଲେ l ତାର ଶୁଭାରମ୍ଭ ନନ୍ଦିକ ଗ୍ରାମରୁ ହୋଇଥିବା କଥା ସେ କହିଛନ୍ତି ସହିତ ସାଂସ୍କୃତି କପର୍ଯ୍ୟଟନ ଉପରେ ସରକାର ଗୁରୁତ୍ଵ ପ୍ରଦାନ କରୁଛନ୍ତି ବୋଲି ମନ୍ତ୍ରୀ କହିଥିଲେ I ଏହି ଗସ୍ତ ସମୟରେ ନଗର ସଭାପତି ସନ୍ତୋଷ କୁମାର ପାଣିଗ୍ରାହୀ,ରାକେଶ କୁମାର ରଥ, ଦୁଷ୍ମତ ସାହୁ , ରାମ କୃଷ୍ଣ ଗୌଡ଼, ଏନ କେଶବ, ଇ ଅନ୍ତର୍ଯ୍ୟାମୀ ପାତ୍ର, ନୟନ ମଲ୍ଲିକଙ୍କ ସମେତ ବହୁ ଦଳୀୟକର୍ମୀ କାର୍ଯ୍ୟକ୍ରମରେ ସାମିଲ ଥିଲେ I

ରିପୋର୍ଟ:-ରଜତ ପଟ୍ଟନାୟକ