

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଏହା ହେଉଛି ଦିଗପହଣ୍ଡି ବ୍ଲକ କୁସପଡା ପଞ୍ଚାୟତ ପତାଣ୍ଡ ଗ୍ରାମର ଜେ.ସଂଜୀବ ଦୋରାଙ୍କ ଘରର ଅବସ୍ଥା । ଗତ ୩ ଦିନର ଲଗାଣ ବର୍ଷାର ପରବର୍ତ୍ତୀ ଅବସ୍ଥାର କରୁଣ ଚିତ୍ର । ରାନ୍ଧିବା ପାଇଁ ନା ରହିବା ପାଇଁ ସମର୍ଥ ପରିବାର ଲୋକେ । ଘର ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଯାଇଛି । କିନ୍ତୁ ବାରମ୍ବାର ଜନପ୍ରତିନିଧି ଏବଂ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ପ୍ରକାର ସହାୟତା ମିଳିନାହିଁ କି କଥାକୁ ଗୁରୁତ୍ୱ ବି ଦିଆଯାଇ ନାହିଁ । ଏଠି ପ୍ରଶ୍ନ ଯେ ୫ଟିର ନାରା ଦେଉଥିବା ସରକାରଙ୍କ ଦୃଷ୍ଟି କଣ ଏହା ଉପରେ ପଡିବାରେ ଅସମର୍ଥ ? ନା ଜାଣି ଶୁଣି ଦୃଷ୍ଟି ଦିଆଯାଇ ନାହିଁ ? ଆଉ ଆଶ୍ଚର୍ଯ୍ୟର କଥା ଯେ ଏହା ହଉଛି ମାନ୍ୟବର ବିଧାନସଭା ବାଚସ୍ପତିଙ୍କ ନିର୍ବାଚନ ମଣ୍ଡଳୀର ଦୃଶ୍ୟ । ପୀଡିତ ପରିବାର ଏବଂ ମୁରବି ଶୂନ୍ୟ, ଘରେ ମା, ପୁଅ ଏବଂ ଝିଅ । ପ୍ରକାଶ କରିବାର ଅଭିପ୍ରାୟ ଏହିଯେ କେନ୍ଦ୍ର ହେଉ କି ରାଜ୍ୟ ହେଉ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ଗରିବଙ୍କ ନାଁ ରେ । ବାଚସ୍ପତିଙ୍କର ଟିକିଏ ଦୃଷ୍ଟି ପଡିଗଲେ ପରିବାରଟି ଉଧାରୀ ଯିବ । ବାଚସ୍ପତିଙ୍କର ଦୃଷ୍ଟି ପାଇଁ ଦାବି ହେଉଛି ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା



