
ଜଳେଶ୍ୱର (ସମୃଦ୍ଧ ଓଡିଶା) ଚଳିତ ବର୍ଷ ରାଇବଣିଆ ଅଂଚଳରେ ଭଲ ବର୍ଷା ହେବା ସହିତ ରଜାବନ୍ଧ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ମରାମତି କାର୍ଯ୍ୟ ହୋଇଥିବାରୁ ସେଥିରେ ଅଧିକ ବର୍ଷା ପାଣି ପଶ୍ଚିମବଙ୍ଗକୁ ଛଡା ଯାଇଥିଲା । ଏହି ପ୍ରକଳ୍ପ ଦ୍ୱାରା ୨୩ଶହ ଏକର ଜମି ଜଳ ସେଚିତ ହୋଇଥାଏ । କିନ୍ତୁ ପଶ୍ଚିମବଂଗକୁ ଏହା ଲାଗି ରହିଥିବାରୁ ସେଠକାର କେତେକ ଦୁବୁର୍ତ୍ତ ରଜାବଂଧ କାଟି ଦେଇଥିବାରୁ ଗତ କିଛିବର୍ଷ ଧରି ଏହା ଶୁଖିଲା ପଡୁଥିଲା । କିନ୍ତୁ ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ହସ୍ତକ୍ଷେପ ଫଳରେ ମରାମତି ହୋଇଥିବାରୁ ପ୍ରକଳ୍ପରେ ପାଣି ରହିପାରିଛି । ଫଳରେ ଆଜି ସେ ଅଂଚଳର ବହୁ ବ୍ୟକ୍ତି ସେଠରାରେ ଅତୀତରେ ତତ୍କାଳୀନ ସାଂସଦ ଖାରବେଳ ସ୍ୱାଇଁଙ୍କ ହାତପାଣ୍ଠି ଅର୍ଥରେ ନିର୍ମାଣ ହୋଇଥିବା କଂକ୍ରିଟ ଚଟାଣ ଉପରେ ଆନନ୍ଦରେ ସ୍ନାନ କରୁଥିବାର ଦୃଶ୍ୟ ସମସ୍ତଙ୍କୁ ଆନନ୍ଦ ଦେଇଛି ବୋଲି ସରପଂଚ ଦିଲ୍ଲିପ କୁମାର ସାମଲ କହିଛନ୍ତି ।