

ଗୋପାଳପୁର (ସମୃଦ୍ଧ ଓଡିଶା) ଗତ ମଙ୍ଗଳବାର ଦିନ ଗୋଳନ୍ଥରାରେ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଜିଲ୍ଲା ବିଜେପି ସଭାପତି ବିଭୁତି ଭୂଷଣ ଜେନାଙ୍କ ନେତୃତ୍ୱରେ କରୋନା ମୁକାବିଲା ପାଇଁ କାର୍ଯ୍ୟ କରୁଥିବା ଉଜୂଳା ଦିଦିମାନଙ୍କୁ କରୋନା ଯୋଦ୍ଧା ଭାବରେ ବିଜେପି ପକ୍ଷରୁ ସହାୟତା କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରାମର୍ଶ କ୍ରମେ ଉଜୂଳା ଦିଦି ମାନଙ୍କ ସେବା କାର୍ଯ୍ୟକୁ ସମ୍ମାନିତ କରାଯାଇ ଦୁର୍ଦିନରେ ଗରିବ ଲୋକଙ୍କ ପାଖରେ ଉଜ୍ଜ୍ଵଳା ଗ୍ୟାସ ସଂଯୋଗ ପହଞ୍ଚାଇଥିବାରୁ ସେମାନଙ୍କୁ କରୋନା ଯୋଦ୍ଧା ଭାବରେ ପରିଗଣିତ କରି ଉତ୍ସାହିତ କରାଯାଇଥିଲା ।ଗ୍ୟାସ ଡିଲର ଏବଂ ଉପଭୋକ୍ତାଙ୍କ ମଧ୍ୟରେ ଯେପରି ମାଗଣା ଗ୍ୟାସ ପାଇବା ପାଇଁ ସମନ୍ଵୟ ରକ୍ଷା କରିବା ନିମନ୍ତେ ସେମାନଙ୍କ ଭୁମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ତେଣୁ ଜିଲ୍ଲା ବିଜେପି ସଭାପତି ବିଭୁତି ଜେନାଙ୍କ ତରଫରୁ ସେମାନଙ୍କୁ ସହାୟତା ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିବାରୁ ଉଜୂଳା ଦିଦିମାନେ ଖୁସି ବ୍ୟକ୍ତ କରିଥିଲେ । ଏହି ଅବସରରେ ପୂର୍ବତନ୍ନ ଜିଲ୍ଲା ସଭାପତି କାହ୍ନୁ ଚରଣ ପତିଙ୍କ ସହ ରାଜେଶ ସାହୁ, ସୁବାଶିସ ସାହୁ, ପ୍ରଭାତ କୁମାର ଷଡଙ୍ଗୀଙ୍କ ସମେତ ବହୁ ବରିଷ୍ଠ ବିଜେପି ନେତା ଉପସ୍ଥିତ ରହିଥିଲେ ।
