ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ହାଇସ୍କୁଲ ପରିସରରେ ଟାଟା ପାୱାର, ବିଦ୍ୟୁତ୍ ବଣ୍ଟନ ଓ ଗ୍ରୀଡ ପକ୍ଷରୁ ଆଜାଦିକା ଅମ୍ରିତ ମହୋତ୍ସବର ଉଦ୍ଘାଟନୀ ଉତ୍ସବରେ ବାଲେଶ୍ୱର ସାଂସଦଙ୍କୁ ଉପେକ୍ଷା କରାଯାଇଥିବାରୁ ଏଥିରେ ବିଜେପି କ୍ଷୋଭ ପ୍ରକାଶ କରିଛି । ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲାପାଳ ଉଦ୍ଘାଟନ କରିଥିବା ବେଳେ ବ୍ଲକ ଓ ପୌର ଅଧ୍ୟକ୍ଷ ମୁଖ୍ୟବକ୍ତା ଓ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ସାଂସଦଙ୍କୁ ଉପେକ୍ଷା ଦୁଃଖ ଦାୟକ । ସମଗ୍ର ଦେଶରେ ଏପରି କାର୍ଯ୍ୟକ୍ରମରେ ସାଂସଦ ମୁଖ୍ୟ ଅତିଥିଭାବେ କାର୍ଯ୍ୟ ତୁଲାଇ ଆସୁଥିବା ବେଳେ ବାଲେଶ୍ୱର ଜିଲାର ଜଳେଶ୍ୱର ବିଦ୍ୟୁତ୍ ବିଭାଗ ଏହାର ବ୍ୟତିକ୍ରମ କରିଛି । ଏପରି ଘଟଣାରେ ବିଜେପି ନଗର ସଭାପତି ଫାଲ୍ଗୁନୀ ପାଣିଗ୍ରାହୀ, ବରିଷ୍ଠ ବିଜେପି ନେତା ଅରୁଣ ବେଜ, ସାଂସଦ ପ୍ରତିନିଧି ଶାନ୍ତନୁ ପଟ୍ଟନାୟକ, କାଉନ୍ସିଲର ଶିବନାରାୟଣ ମହାପାତ୍ର, ନଗର ସଂପାଦିକା ସୁମତି ରଣା, ମହିଳା ସଭାନେତ୍ରୀ ଦେବଯାନୀ ଅଣ୍ଡିଆ, ଯୁବମୋର୍ଚ୍ଚା ଜିଲା ସଂପାଦକ ରାମକୃଷ୍ଣ ସାହୁ ପ୍ରମୁଖ ଏପରି ଘଟଣାରେ ପ୍ରତିବାଦ କରି ନିର୍ବାହୀ ଯନ୍ତ୍ରୀ ସୌମ୍ୟରଂଜନ ନାୟକଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।
ରିପୋର୍ଟ : ଭୂପତି ପରିଡା