

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ଗ୍ରାମପଞ୍ଚାୟତର ସାନଆର୍ଯ୍ୟପଲ୍ଲୀ ଗ୍ରାମରେ ଭାରତ ସରକାରଙ୍କ ଉଜ୍ୱଳା ଯୋଜନାର ପଞ୍ଚାୟତସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଏନ୍.ଦୀନବନ୍ଧୁ, ପି.ରାମବାବୁ, କେ.ଦାଶରଥୀ ଏବଂ ନାଏବ ସରପଞ୍ଚ ପି.ବାବାଜୀଙ୍କ ସଂଯୋଜନାରେ ଅନୁଷ୍ଠିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଜେପି ଯୁବନେତା ତଥା ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ୭୦ଜଣ ମହିଳା ହିତାଧିକାରୀଙ୍କୁ ମାଗଣା ଗ୍ୟାସ ବଣ୍ଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର ଜିଲ୍ଲା ହରିଜନ ମୋର୍ଚ୍ଚାର ସଭାପତି ଚୈତନ୍ୟ ପ୍ରଧାନ, କଣମଣା ମଣ୍ଡଳ ସଭାପତି ତଥା ପୂର୍ବତନ ସରପଂଚ ପଦ୍ମଚରଣ ସାହୁ, ଛତ୍ରପୁର ମଣ୍ଡଳ ସଭାପତି ପ୍ରଦୀପ କୁମାର ପାଢୀ, ଯୁବ ମୋର୍ଚ୍ଚା ଜିଲ୍ଲା ସଂପାଦକ କେ.ରଘୁନାଥ ରେଡ୍ଡୀ, ୧୭୦ଜଣ ହିତାଧାରୀ, ଏମ୍.ବେତାଳଙ୍କ ଆର୍ଯ୍ୟପଲ୍ଲୀ ପଞ୍ଚାୟତର ବହୁ ଭଦ୍ରବ୍ୟକ୍ତି ଓ ଜନସାଧାରଣ ଯୋଗ ଦେଇଥିଲେ । ପରବର୍ତ୍ତୀ କାର୍ଯ୍ୟକ୍ରମରେ ୧୦୦ ଲୋକଙ୍କୁ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା








