ଉଠାଜଳ ସେଚନ ଚାଲୁ କରି ବିଦ୍ୟୁତ ସଂଯୋଗ ନିମନ୍ତେ ଜିଲ୍ଲାପାଳଙ୍କୁ ଦାବିପତ୍ର…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଗଁଦିଆ ବ୍ଲକ ଅନ୍ତର୍ଗତ କଲୁରୀଆ ଗ୍ରାମ ପାଞ୍ଚାୟତର ଠାକୁରାପାଳ ମୌଜାର ଚାଷୀ ବୃନ୍ଦ ଗ୍ରାମର ବିଜୁ ଉଠାଜଳସେଚନ ଯୋଜନାରେ କୃଷିର ଉନ୍ନତି କାରଣ ତଥା ଉଠା ଜଳସେଚନ ନିମିତ୍ତ ସରକାର ତରଫରୁ କାଲୁରିଆ ପାଟଣା ଆଇଡ ଠାକୁରାପାଳ ଆଇ ଉଠାଜଳ ସେଚନ ଯୋଜନାରେ ମଟର ବସି ଅଛି ମାତ୍ର ସମ୍ପୃକ୍ତ ମଟର ଦ୍ୱୟରେ ଅଦ୍ୟାବଧି ବିଦ୍ୟୁତ ସଂଯୋଗ ହୋଇନାହିଁ ଯାହା ଫଳରେ ଚାଷୀ ଚାଷ କରିପାରୁନାହାନ୍ତି  . ମାତ୍ର ବିଦ୍ୟୁତ ବିଭାଗର ମୋୖଖିଳ ପ୍ରତିଶ୍ରୁତି ପାଇ  ୫୦ ଏକର ଆଖୁ, ୧୦ ଏକର ଆଳୁ, ମୁଗ, ବିରି ଫସଲ ଚାଷୀମାନେ  କରିଥିଲେ ମାତ୍ର ପାଣିର ଅଭାବ  ହେତୁ ଫସଲ ଗୁଡିକ ନଷ୍ଟ ହେବାକୁ ବସିଲାଣି . ବିଭାଗୀୟ କର୍ମକର୍ତା ପ୍ରତିଶୃତି  ଦେଇ ବିଦ୍ୟୁତ ସଂଯୋଗ କରୁ ନାହାନ୍ତି ଯାହା ଫଳରେ ଚାଷୀ ମାନେ ହତାଶ ହୋଇ ଜୀବନ ହାରିବା ପାଇଁ ବସିଛନ୍ତି . ତେଣୁ ତୁରନ୍ତ ମଟର ଦ୍ଵୟର ବିଦ୍ୟୁତ ସଂଯୋଗ କରାଯାଉ ବୋଲି ଦାବି କରି ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ଦିଆଯାଇଛି .

ରିପୋର୍ଟ : ଶୁଭମ କୁମାର ପାଣି