ଗୋପବନ୍ଧୁ ଜ୍ୟୋତି ବ୍ରହ୍ମପୁରରେ ପହଞ୍ଚିବା ପରେ ସମ୍ବର୍ଦ୍ଧନା ସଭା : ଡ଼ିଆଇଜି ମୁଖ୍ୟ ଅତିଥି…

ବ୍ରହ୍ମପୁର (ନିମାଇଁ ଚରଣ ପଣ୍ଡା) ବ୍ରହ୍ମପୁର ସହିଦ ଲକ୍ଷ୍ମଣ ନାୟକ କମ୍ୟୁନିଟି ହଲରେ ସମାଜ ପକ୍ଷରୁ ଆୟୋଜିତ ଗୋପବନ୍ଧୁ ଜ୍ୟୋତି ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦକ୍ଷିଣାଞ୍ଚଳ ପୋଲିସ ଡ଼ିଆଇଜି ଆଶିଷ ସିଂ, ସମ୍ମାନୀତ ଅତିଥିଭାବେ ଖଲିକୋଟ ବିଶ୍ୱବିଦ୍ୟାଳୟର କୂଳପତି ପ୍ରଫେସର ଅମରେନ୍ଦ୍ର ନାରାୟଣ ମିଶ୍ର, ଅନ୍ୟତମ ଅତିଥି ଭାବେ ବ୍ରହ୍ମପୁର ପୌରପରିଷଦର କମିଶନର ଚକ୍ରବର୍ତ୍ତି ସିଂ ରାଠୋର ପ୍ରମୁଖ ଯୋଗଦେଇ ଉଦବୋଧନ ଦେଇଥିଲେ । ଲୋକସେବକ ମଣ୍ଡଳର ରାଜୀବନ ସଭ୍ୟ ରାଜେନ୍ଦ୍ର ଜେନା ଏଥିରେ ଅଧ୍ୟକ୍ଷତା କରିଥିବାବେଳେ ବ୍ରହ୍ମପୁର ଶାଖା ପରିଚାଳକ ଦଣ୍ଡପାଣି ପ୍ରଧାନ ସ୍ୱାଗତ ଭାଷଣ ଦେଇଥିଲେ । ଏଥିପୂର୍ବରୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆଜି ସକାଳେ ବ୍ରହ୍ମପୁରରେ ଗୋପବନ୍ଧୁ ଜ୍ୟୋତିକୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା । ବ୍ରହ୍ମପୁର ସହରର ଉତ୍କଳ ସମ୍ମୀଳନୀ, ଗଞ୍ଜାମ ଜିଲ୍ଲା ଲେଖକ ସାମୁଖ୍ୟ, କଳିଙ୍ଗ ସାହିତ୍ୟ ସମାଜ, ଶିଶୁ ସାହିତ୍ୟ ବିକାଶ ପରିଷଦ, ନେତାଜୀ ସାରସ୍ଵତ ମଞ୍ଚ, ଫଲ୍ଗୁ ସାହିତ୍ୟ ସଂସଦ, ମାନବ ଅଧିକାର ସୁରକ୍ଷା ମଞ୍ଚ, ପୂଜ୍ୟ ପୂଜା ସମିତି, ଭିନସେଣ୍ଟ କନଭେନ୍ଟ ସ୍କୁଲ ପ୍ରମୁଖ ଅନୁଷ୍ଠାନ ପକ୍ଷରୁ ଗୋପବନ୍ଧୁ ଜ୍ୟୋତିକୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଜ୍ୟୋତି ଆଜି ସକାଳେ କର୍ପୋରେସନ ରୋଡ଼ରୁ ବାହାରି ଗିରିଜା ଛକ, ଅର୍ଣ୍ଣପୂର୍ଣା ବଜାର, ପୁରୁଣା ବସଷ୍ଟାଣ୍ଡ, ପି ଭି ଏନ ରାଓ ପେଟ୍ରୋଲପମ୍ପ, ଖଲିକୋଟ କଲେଜ, ଗୋପବନ୍ଧୁ ଛକ, ଗିରିରୋଡ଼ ଆଦି ପରିକ୍ରମା କରି ଶହୀଦ ଲକ୍ଷ୍ମଣନାୟକ କମ୍ୟୁନିଟି ହଲରେ ପହଞ୍ଚିବା ପରେ ଏଠାରେ ଏହି ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ କିଛି ଆଦର୍ଶ ଶିକ୍ଷକଙ୍କୁ ପୁରସ୍କୃତ କରାଯାଇଥିଲା ।