ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟ ମନ୍ତ୍ରୀ ମଣ୍ଡଳରେ କେବଳ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ସହିତ ସୀମା ସୁରକ୍ଷା ଲାଗି ଏକ ସ୍ୱତନ୍ତ୍ର ବିଭାଗର ମନ୍ତ୍ରୀ ନିଯୁକ୍ତି କରାଯାଉ । ଉପାନ୍ତ ଜିଲାଗୁଡିକରେ ଓଡିଆ-ଜିଲାପାଳ ତଥା ଫକୀରମୋହନ ବିଶ୍ୱବିଦ୍ୟାଳୟ ରାଇବଣିଆ ଦୁର୍ଗ ଗବେଷଣାର ଦାୟିତ୍ୱ ନେବା ସହିତ ଜଳେଶ୍ୱର ରେଳ ଷ୍ଟେସନକୁ ରାଇବଣିଆ ଗଡ ଢାଞ୍ଚାରେ ନିର୍ମାଣ ତଥା ଭକ୍ତକବି ଦୀନକୃଷ୍ଣଙ୍କ ପ୍ରତିମୂତ୍ତି ଷ୍ଟେସନ ପରିସରରେ ସ୍ଥାପିତ ହେବାକୁ ଆଜି କେନ୍ଦ୍ରୀୟ ଉତ୍କଳ ସମ୍ମିଳନୀର ପ୍ରତିଷ୍ଠା ଦିବସ ଅବସରରେ ଜଳେଶ୍ୱର ଶାଖା ପକ୍ଷରୁ ପ୍ରସ୍ତାବ ଗୃହିତ ହୋଇଛି । ୧୧୯ ବର୍ଷ ପୂର୍ବେ ୧୯୦୩ ଡିସେମ୍ବର ୩୦ ତାରିଖରେ ଭାଷାଭିତ୍ତିକ ଓଡିଶା ପ୍ରଦେଶ ଗଠନ ଲାଗି ଗଠିତ ହୋଇଥିଲା ଉତ୍କଳ ସମ୍ମିଳନୀ । ଆଜି ଜଳେଶ୍ୱର ଶାଖା ପକ୍ଷରୁ କେନ୍ତ୍ରୀୟ ଉତ୍କଳ ସମ୍ମିଳନୀର ପ୍ରତିଷ୍ଠା ଦିବସ ପାଳନ ଜଳେଶ୍ୱରସ୍ଥିତ ଭଂଜଶ୍ରୀ ଭବନରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ସଭାରେ ଜଳେଶ୍ୱର ଶାଖା ସଭାପତି ଡ. ଶ୍ରୀକାନ୍ତ ଚରଣ ପାତ୍ର ଅଧ୍ୟକ୍ଷତା କରିଥିଲେ । ସମ୍ପାଦକ ସୁନୀଲ କୁମାର ନାୟକ ବିବରଣୀ ଓ ସୂଚନା ପାଠ କରିଥିବା ବେଳେ କେନ୍ଦ୍ରୀୟ ସମ୍ପାଦକ କମଳ ଚକ୍ରବର୍ତ୍ତୀ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ । ସମ୍ମାନୀତ ଅତିଥିଭାବେ ଉପସଭାପତି ଅରୁଣ କୁମାର ବେଜ, ଡ. ରମାକାନ୍ତ ଭଂଜ, ଦିଲ୍ଲିପ ଗିରି, ଡ. ଲଳିରଂଜନ ସେନାପତି ବକ୍ତବ୍ୟ ରଖିଥିଲେ । ଏଥିରେ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ଖୋଲାଯାଇ ରାଜ୍ୟ ସରକାରଙ୍କ ଜଣେ ମନ୍ତ୍ରୀ ପଦବୀ ସୃଷ୍ଟି କରାଯାଉଥିବା ବେଳେ ସୀମା ସୁରକ୍ଷା ଏକ ବିଭାଗ ଖୋଲି ତାଙ୍କୁ ଦାୟିତ୍ୱ ଦିଆଯାଉ । ସେହିପରି ଉପାନ୍ତ ଜିଲାଗୁଡିକରେ ଓଡିଆ ଜିଲାପାଳ ନିଯୁକ୍ତିକୁ ଆଲୋଚନାରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା । ଜିଲାପାଳ ଓ ରାଜସ୍ୱ ପର୍ଷଦ ସଦସ୍ୟ (ଆର୍ଡିସି)ଙ୍କୁ ଉତ୍କଳ ସମ୍ମିଳନୀର ଏକ ପ୍ରତିନିଧି ଦଳ ସାକ୍ଷାତ କରି ଆଲୋଚନା ପାଇଁ ଏକ ପ୍ରସ୍ତାବ ଗୃହୀତ ହୋଇଛି ।
ରିପୋର୍ଟ : ଭୂପତି ପରିଡା
ରାଇବଣିଆ ଦୁର୍ଗର ସୀମା ନିର୍ଦ୍ଧାରଣ ଓ ସୁରକ୍ଷା ଦାୟିତ୍ୱ ଉତ୍କଳ ସମ୍ମିଳନୀର କେନ୍ଦ୍ରୀୟ କମିଟି ଗ୍ରହଣ କରିବା, ପ୍ରତ୍ୟେକ ବିଦ୍ୟାଳୟରେ ଓଡିଆ ଶିକ୍ଷକ ନିଯୁକ୍ତି, ବିଶ୍ୱବିଦ୍ୟାଳୟରେ ଓଡିଆ ଭାଷାର ଗୁରୁତ୍ୱ ବୃଦ୍ଧି, ଫକୀରମୋହନ ବିଶ୍ୱବିଦ୍ୟାଳୟ ପକ୍ଷରୁ ରାଇବଣିଆ ଦୁର୍ଗର ଗବେଷଣା ଇତ୍ୟାଦି ଲାଗି ବିଭିନ୍ନ ପ୍ରସ୍ତାବ ଗୃହୀତ ହୋଇଛି । ପ୍ରଶାସନୀକ ଦୃଢତା ଓ ରାଜନୈତିକ ଇଚ୍ଛାଶକ୍ତି ସୁଦୃଢ ହେଲେ ଭାଷାଭିତ୍ତିକ ରାଜ୍ୟ ଗଠନ ଓ ସୀମା ସୁରକ୍ଷା ଦୂର ହୋଇ ପାରିବ ବୋଲି ବହୁ ବକ୍ତା ମତବ୍ୟକ୍ତି କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଶୋକ କୁମାର ଦାସ, କପିଳେଶ୍ୱର ମହାନ୍ତି, ଶରତଚନ୍ଦ୍ର ପରିଡା, ମନୋରଂଜନ ଦାସ, ଚନ୍ଦ୍ରମୋହନ ରାଉଳ, ଜିତାଂଶୁ ଶେଖର ନନ୍ଦି, ଭାଷ୍କର ଚନ୍ଦ୍ର ମିଶ୍ର, ଘନଶ୍ୟାମ ଗିରି, ଅବନୀ ଚାନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ହେମନ୍ତ ଗିରି ଧନ୍ୟବାଦ ଅର୍ପଣ କରିଥିଲେ ।