

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଉଦଘାଟିତ ହେଲା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ ଗେମ୍ । ଏହାର ପ୍ରଥମ ସଂସ୍କରଣକୁ ପ୍ରଧାନମନ୍ତ୍ରୀ ମୋଦି ଭିଡିଓ କନଫେରେନସିଂ ମାଧ୍ୟମରେ ଉଦ୍ଘାଟନ କରିବା ସହ ଏହି ଅବସରରେ ବାର୍ତ୍ତା ଦେଇଛନ୍ତି । କଟକ ଇଣ୍ଡୋର ଷ୍ଟାଡିଅମ୍ରେ ଏଥିପାଇଁ ସ୍ୱତନ୍ତ୍ର କାର୍ଯ୍ୟାକ୍ରମ ଆୟୋଜନ ହୋଇଥିଲା । ପ୍ରଥମ ସଂସ୍କରଣ ଓଡ଼ିଶାରେ ଆୟୋଜିତ ହେଉଥିବାବେଳେ ଆଗକୁ ସ୍କୁଲ ଓ ଫିଜିକାଲି ଚାଲେଞ୍ଜ ଖେଳାଳିଙ୍କ ପାଇଁ ବି ଏଭଳି ଗେମ୍ ଆୟୋଜନ ହେବକୁ ସ୍ଥିର ହୋଇଛି । ତେବେ ଉଦ୍ଘାଟନ ପୂର୍ବରୁ ଗତକାଲିଠାରୁ କେତେକ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି ।ଫୁଟବଲ, ବାସ୍କେଟବଲ, ଭଲିବଲ ଫେନସିଂ ଭଳି ଗେମ୍ କାଲିଠାରୁ ଆରମ୍ଭ ହୋଇଥିବା ବେଳେ ଆଜି ହକି, ମହିଳା ବାସ୍କେଟବଲ, ଭଲିବଲ୍, ଫେନସିଂ, ଆର୍ଚେରୀ ପ୍ରତିଯୋଗିତା ଆରମ୍ଭ ହୋଇଛି । ଖେଲୋଣ୍ଡିଆରେ ୧୫୦ ଟି ବିଶ୍ବବିଦ୍ୟାଳୟ ଭାଗ ନେଇଛନ୍ତି । ଏହି ପ୍ରତିଯୋଗିତା ୧୦ ଦିନ ଧରି ଚାଲିବ ।
ରିପୋର୍ଟ : ଆକାଶ ମିଶ୍ର






