

ନିଆଳୀ (ସମୃଦ୍ଧଓଡିଶା)ଓଡିଶା ର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଉଦୟନାଥ ସ୍ୱୟଂ ଶାସିତ ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟର କ୍ରୀଡା ଶିକ୍ଷକ ଶ୍ରୀ ଆରାଧ୍ୟ୍ୟ ପ୍ରଧାନ ଦୀର୍ଘ 31 ବର୍ଷ କାଳ କ୍ରୀଡା ର ବିକାଶ ଦିଗରେ କାର୍ଯ୍ୟ କରିଛନ୍ତି ସେ ଜଣେ ସଚ୍ଚୋଟ,ନିଷ୍କପଟ,ଓ ସରଳ ଲୋକ ଥିଲେ, ଓଡିଶା ର କ୍ରୀଡା ଶିକ୍ଷକ ଙ୍କ ମଧ୍ୟରେ ସେ ଅନନ୍ୟ ଥିଲେ ବିଦାୟ କାଳୀନ ସଭାରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫେସର ଅରୁଣ କୁମାର ସ୍ୱାଇଁ ସଭାପତିତ୍ୱ କରିଥିଲେ ଏହି ବିଦାୟ କାଳୀନ ସଭା ରେ ପ୍ରାଧ୍ୟାପିକା ଚିରଶ୍ରୀ ଇନ୍ଦ୍ରସିଂ, ମିଲି ଭୂୟାଁ, ଲୁଲୁମିନା ଦାଶ, ଡ଼ ପଦ୍ମିନୀ ପଣ୍ଡା,ଡ଼ କବିତା ମିଶ୍ର, ସୁଚିତ୍ରା କାନୁନଗୋ, ଡ଼ କୃପାସିନ୍ଧୁ ପ୍ରଧାନ, ବିଜୟ କୁମାର ନାୟକ,ଜିତେନ୍ଦ୍ର ଦଳାଇ, ଡ଼ ନନ୍ଦ କିଶୋର ସାହୁ, ରମାକାନ୍ତ ପ୍ରଧାନ, ବିଶ୍ୱ ରଞ୍ଜନ ନାୟକ, ମାଗୁଣି ପରିଡା, ହରିହର ସାହୁ ସ୍ଵର୍ଣଲତା ସାହୁ ପ୍ରମୁଖ ମହାବିଦ୍ୟାଳୟ ର ବହୁ ବରିଷ୍ଠ ଅଧ୍ୟାପକ ଅଧ୍ୟାପିକା ମାନେ ଉପସ୍ଥିତ ରହିଥିଲେ ଶ୍ରୀ ପ୍ରଧାନ ସ୍ବର୍ଗତ ତ୍ରିଲୋଚନ କାନୁନଗୋ ପ୍ରତ୍ୟେକ୍ଷ ତତ୍ୱାବଧାନ ଯୋଗୁଁ କ୍ରୀଡା ର ବହୁତ ଅଗ୍ରଗତି ହୋଇଛି ବୋଲି ମତବ୍ୟକ୍ତ କରିଥିଲେ, ପରିଶେଷରେ ରଶ୍ମିତା ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ, ସମସ୍ତ କ୍ରୀଡା ବିତ୍ ଉପସ୍ଥିତ ରହି ଶ୍ରୀ ପ୍ରଧାନ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦେଇଥିଲେ.
ରିପୋର୍ଟ : ରଜତ ମହାପାତ୍ର