ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆସନ୍ତାକାଲି କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ସବଜୁନିୟର ପୁରୁଷ ବକ୍ସିଂ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଗଞ୍ଜାମ ଜିଲ୍ଲା ବକ୍ସିଂ ୧୦ ଜଣିଆ ଦଳ ଆଜି ସନ୍ଧ୍ୟା ୭ଟା ସମୟରେ ରାଜାରାଣୀ ଏକ୍ସପ୍ରେସ ଯୋଗେ ବ୍ରହ୍ମପୁରରୁ କଟକ ଅଭିମୁଖେ ଯାତ୍ରା କରିଛନ୍ତି । ଗଞ୍ଜାମଜିଲ୍ଲା କ୍ରୀଡା ସଂସଦ ଅନୁକୁଲ୍ୟରେ ଜୁନ ୨୩ ରେ ବ୍ରହ୍ମପୁର ଷ୍ଟାଡିୟମରେ ଚୟନ କର୍ତ୍ତାଙ୍କ ଦ୍ୱାରା ଚୟନ କରାଯାଇଥିବା ଖେଳାଳିମାନେ ହେଲେ ଏସ.ସାଇ ପ୍ରସାଦ, ଶୁଭମ ଚୌଧୁରୀ, ତାରିଣୀ ସାହୁ, କେ. ହିମାଂଶୁ ସାହୁ, ପ୍ରବୀଣ କୁମାର ସେଠି, ବିଶାଳ ସାହୁ, ମହମ୍ମଦ ତାଜବାବୁ, ଜି. ଯୋଗୀ ନନ୍ଦ, ସୋମ୍ୟ ରଞ୍ଜନ ପରିଡା, ଅମ୍ଲାନ ରଥ କୋଚ ସଞ୍ଜୟ ସେଠି, ଏନ. ମାଧବ କୋଚ ମ୍ୟାନେଜର ଭାବେ ସୁମନ ଦାସ, ଜାତୀୟ ରିଫେରି ସ୍ଥାନୀୟ କୋଚ ଶିଶିର କୁମାର ପାଣିଗ୍ରାହୀ ଏହି ଦଳ ସହ ଯାତ୍ରା କରିଛନ୍ତି । ଏହି ଖେଳାଳିମାନେ ଭଲ ଖେଳ ପ୍ରଦର୍ଶନ କରିବେ ବୋଲି GDAAର ସମ୍ପାଦକ ଅଶୋକ ସାହୁ, ଉପସଭାପତି ସନ୍ତୋଷ ସାହୁ, ତାରିଣୀ ସାହୁ, ବକ୍ସିଂ ସମ୍ପାଦକ କେ. ପ୍ରଭାକର ରାଓ, ଦିବାକର ପାଣିଗ୍ରାହୀ, ଦୁର୍ଗରେ ପଟ୍ଟନାୟକ, ପ୍ରଶାନ୍ତ କୁମାର ସାହୁ, କାଜଲ ସାହୁ, ଟ୍ରେଜରର ଉପେନ୍ଦ୍ର ପଟ୍ଟନାୟକ, ଶରତ ମହାପାତ୍ର, ବିଜୟ କୁମାର ସିଠ ସାମନ୍ତ, ଗଞ୍ଜାମ ବକ୍ସିଂ କ୍ଲବର ସଭାପତି କେ. ପ୍ରଭାକର ରାଓ, ସମ୍ପାଦକ ଶିବରାମ ପତ୍ର, ଉପସଭାପତି ଅରକ୍ଷିତ ପାଣିଗ୍ରାହୀ, ଟେଜେରର ଲଡୁ କିଶୋର ସାହୁ, ରବୀନ୍ଦ୍ର ପଣ୍ଡା, ଲକ୍ଷ୍ମୀ ପାଢ଼ୀ, ବୁଲୁ ପାତ୍ର, ଅବିନାଶ ନାୟକ, ବ୍ରହ୍ମପୁର ଷ୍ଟାଡିୟମ ଠାରେ ଅଭ୍ୟାସ କରୁଥିବା ବକସରମାନେ ବ୍ରହ୍ମପୁର ଷ୍ଟାଡିୟମରେ ସମସ୍ତ କର୍ମକର୍ତ୍ତାଙ୍କ ସମେତ ଅନ୍ତର୍ଜାତୀୟ ବକ୍ସର ମମତା ପଣ୍ଡା ଆଶା ପ୍ରକଟ କରିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା