ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପଖଣ୍ଡସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗତକାଲି ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପଖଣ୍ଡସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଅଧ୍ୟକ୍ଷତା କରି ଚଳିତ ଆର୍ଥିକ ବର୍ଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରହିଥିବା ରାଜସ୍ୱ ଆଦାୟ ପ୍ରତି ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଲିଜ୍ ନହୋଇଥିବା ସଇରାତ ଗୁଡିକୁ ବେଆଇନ୍ ଭାବେ ଚଳାଉଥିବା ସଇରାତ ଗୁଡିକୁ ତୀକ୍ଷ୍ଣ ଦୃଷ୍ଟି ରଖିବାକୁ ଏବଂ ଯେଉଁମାନେ ଚୋରା ଚାଲଣ କରୁଛନ୍ତି ସେମାନଙ୍କ ଉପରେ ଚଢାଉ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଉପଜିଲ୍ଲାପାଳ କହିଛନ୍ତି । ସାଧାରଣ ନିର୍ବାଚନ ପାଇଁ ଯେତେ ସବୁ ପେଣ୍ଡିଂ ରହିଥିବା କାର୍ଯ୍ୟ ଗୁଡିକୁ ତୁରନ୍ତ ଶେଷ କରିବା, ବାକି ରହିଥିବା ମ୍ୟୁଟେସନ୍, ଓଏଲଆର୍ ୮(ଏ) ମାମଲା ଗୁଡିକୁ ନିର୍ଧାରିତ ସମୟରେ ଫଇସଲା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଜଙ୍ଗଲ ଜମି ଅଧିକାର ଆଇନ ଅନୁଯାୟୀ ମଞ୍ଜୁର ହୋଇଥିବା ହିତାଧିକାରୀଙ୍କୁ ଏବଂ ବେବନ୍ଦୋବସ୍ତ ଯୋଜନାରେ ମଞ୍ଜୁର ହେଇଥିବା ହିତାଧିକାରୀଙ୍କୁ ତୁରନ୍ତ ପଟ୍ଟା ପ୍ରଦାନ କରିବାକୁ ଉପଜିଲ୍ଲାପାଳ କହିଛନ୍ତି । ପ୍ରତ୍ୟେକ ସପ୍ତାହର ଶନିବାର ଦିନ ତହସିଲଦାର ମାନେ ଆରଆଇ ଏବଂ ବିଭାଗୀୟ କର୍ମଚରାୀମାନଙ୍କ ସହ ବୈଠକ କରି ଏହାର ରିପୋର୍ଟ ଉପଜିଲ୍ଲାପାଳଙ୍କ ନିକଟକୁ ପଠାଇବା ନିମନ୍ତେ କହିବା ସହ ପ୍ରତି ସପ୍ତାହରେ ଥରେ ତହସିଲଦାରମାନେ ନିଜ ନିଜ ଅଂଚଳ ଗୁଡିକରେ ବେଆଇନ ଚୋରା ଚାଲାଣ ଉପରେ ଅଚାନକ ଚଢାଉ କରିବା ନିମନ୍ତେ ଉପଜିଲ୍ଲାପାଳ ଶ୍ରୀ ପୃଷ୍ଟି ନିର୍ଦ୍ଦେଶ ଦେଇଛନ୍ତି । ଗତ୪ତାରିଖ ଦିନ ଛତ୍ରପୁର ଉପଜିଲ୍ଲାପାଳ ଶ୍ରୀ ପୃଷ୍ଟି ସ୍ୱତନ୍ତ୍ର ଭାବେ ଉପଖଣ୍ଡ ଅଂଚଳର ବିଭିନ୍ନ ସ୍ଥାନରେ ବେଆଇନ ଚାଲାଣ ହେଉଥିବା ଲଘୁ ଖଣିଜ ଦ୍ରବ୍ୟ ଉପରେ ଚଢଉ କରି ୪ଲକ୍ଷ ୪୨ହଜାର ୪୯୩ ଟଙ୍କା ଜରିମାନା ଆଦାୟ କରାଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ, ଆସିଷ୍ଟାଣ୍ଟ କଲେକ୍ଟର ବିକ୍ରମ କୁମାର ଦୋରା ଓ ଶରତ କୁମାର ପାତ୍ର, ରାଜସ୍ୱ ସହକାରୀ ଅଖିଳ କୁମାର ସାବତଙ୍କ ସମେତ ସମସ୍ତ ତହସିଲଦାର ଓ ଅତିରିକ୍ତ ତହିଲଦାରମାନେ ଅଂଶ ଗ୍ରହଣ କରିଥିଲେ । 

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା