

ସାନଖେମୁଣ୍ଡି (ସମୃଦ୍ଧ ଓଡିଶା) ପଞ୍ଚାୟତ ସ୍ତରରେ ବନ୍ଧ ନିଲାମୀକୁ ନେଇ ଆଡପଡା ଗ୍ରାମ ପଞ୍ଚାୟତରେ ସୃଷ୍ଟି ହୋଇଥିବା ଅସନ୍ତୋଷ ସମ୍ପ୍ରତି ହୋଇଥିବା ଜଣାପଡିଛି । ଉପଜିଲ୍ଲାପାଳ ଚିଠି ସଂଖ୍ୟା ୧୦୮୫୮/ତା-୧୬.୦୮.୨୦୧୯ ପ୍ରକାରେ ଆଜି ପୂର୍ବ ପ୍ରସ୍ତୁତି ସହିତ ବ୍ଲକ ପ୍ରଶାସନ ମିଶନ ଶକ୍ତି ବିଭାଗ ଓ ପୋଲିସ ଉପସ୍ଥିତରେ ବନ୍ଧ ନିଲାମୀ ହୋଇଥିଲା । ସୂଚନା ପ୍ରକାରେ ଆଡପଡା ଗ୍ରାମର ଲଷ୍ମୀନାରାୟଣ ଏସଏଚଜି ପଡିଆ ବନ୍ଧ ଏବଂ ଏମଜିଏନଆର ବିଏମସି ବନ୍ଧ ନିଲାମୀ ଗ୍ରହଣ ଜରିବା ସହିତ ଅନ୍ୟ ଗୋଷ୍ଠୀ ମା ମଙ୍ଗଳା ଏସ୍ଏଚଜି ରମୁଣି ବନ୍ଧ ଓ ନୂଆ ବନ୍ଧକୁ ନିଲାମୀ ପାଇଛନ୍ତି । ଏହିପରି ପେଣ୍ଡୁରଲୁଣ୍ଡି ଅନ୍ତର୍ଗତ ପଡିଆ ବନ୍ଧକୁ ବ୍ୟକ୍ତିଗତ ନିଲାମୀ ଦିଆଯାଇଛି । ଅନୁଷ୍ଠିତ ନିଲାମୀ ପ୍ରକ୍ରିୟାରେ ସାନଖେମୁଣ୍ଡି ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୌରହରି ପାତ୍ର, ଜିପିଇଓ (GPEO) ବୈଜୟନ୍ତି ମୁଣ୍ଡା, ସହକାରୀ ମୁଖ୍ୟ ଅଧିକାରୀ ଜୟଶ୍ରୀ ଦେବୀ, ମିଶନ ଶକ୍ତି ସଂଯୋଜକା ବିପିସି(BPC) ଦୁର୍ଯ୍ୟୋଧନ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥାଇ ନିଲାମୀ ପ୍ରକ୍ରିୟା ସଞ୍ଚାଳନ କରିଥିବା ସହ ସରପଞ୍ଚ ଶ୍ରୀ ନୀଳମାଧଵ ରାଉତ ଓ ସମିତି ସଭ୍ୟ ସୁରେନ୍ଦ୍ର ବାରିକ ୱାସ୍ତିତ ରହିଥିଲେ । ବିଗତ ଦିନରେ ପଞ୍ଚାୟତ ଅନ୍ତର୍ଗତରେ ଥିବା ବନ୍ଧ ନିଲାମୀକୁ ନେଇ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇ ବିଡ଼ିଓ, ଉପଜିଲ୍ଲାପାଳଙ୍କ ଠାରେ ଅଭିଯୋଗ ହେଲାପରେ ଉପଜିଲ୍ଲାପାଳ ସ୍ୱତନ୍ତ୍ର ଆଦେଶ ପ୍ରକାରେ ବନ୍ଧ ନିଲାମୀ ହେଉଥିବାରୁ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ଆଡପଡା ପାଣ୍ଠି ଅଧିକାରୀ ରାଜନ ବିଷୋୟୀ(ASI) ଉପସ୍ଥିତ ରହି ନିଲାମୀ ପ୍ରକ୍ରିୟାକୁ ଶୃଙ୍ଖଳିତ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

