


ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ହିଞ୍ଜିଳି ଗ୍ରସ୍ତ କରିଥିଲେ । ଏହି ପରିପ୍ରେକ୍ଷୀରେ ବହୁ ଉନ୍ନୟନ ପ୍ରକଳ୍ପର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସମୀକ୍ଷା ବୈଠକ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ସଭା କକ୍ଷରେ ବିଡ଼ିଓ ପ୍ରସନ୍ନ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କରାଯାଇଥିଲା । ଏଥିରେ ସ୍ଥାନୀୟ ବ୍ଲକର ବହୁ ଉନ୍ନୟନ ମୂଳକ ପ୍ରକଳ୍ପ କାର୍ଯ୍ୟ ଗୁଡିକର ସମୀକ୍ଷା କରାଯାଇଥିଲା । ମ୍ୟୁନିସିପାଲଟି ଆରଏମସି ପରିସରରେ ନିର୍ମାଣାଧୀନ ଥିବା ୮୦ଟି ଶର୍ଯ୍ୟା ବିଶିଷ୍ଟ ଡାକ୍ତରଖାନାର ଅଗ୍ରଗତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ବାରାହୀ ପାହାଡ ନିକଟରେ ନିର୍ମାଣ ହେବାକୁ ଥିବା ୟୁକୋ ଟୁରିଜିୟମ ବ୍ଲକ ଖରୀଡା – ଚାନ୍ଦୁଲି ରାସ୍ତାରେ ସେତୁ ନିର୍ମାଣ ଓ ବ୍ଲକ ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ବହୁ ପ୍ରକଳ୍ପ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରାଯାଇଛି । ଏହି ସମୀକ୍ଷା ବୈଠକରେ ଅତିରିକ୍ତ ତହସିଲଦାର ଦେବରାଜ ପାତ୍ର, ଯୋଗାଣ ନିରୀକ୍ଷକ ପୂର୍ଣ୍ଣଞ୍ଜୟ ସାହୁ, ପ୍ରାଣୀ ଚିକିତ୍ସକ ଲମ୍ବୋଦର ମହାପାତ୍ର, ସହକାରୀ କୃଷି ଅଧିକାରୀ ପ୍ରଶାନ୍ତ କୁମାର ନାଥ, ଏଇଇ ଉମା ଚରଣ ପାଢ଼ୀ, ଲଡୁ କିଶୋର ପଣ୍ଡା, ଆରଡ଼ବ୍ଲ୍ୟୁଏସଏମ ଏସଡିଓ ଟି.ବି.ଶଙ୍କରମ, ଏଇ ରବୀନ୍ଦ୍ର ନାୟକ, ଜେଇ.ପ୍ରସନ୍ନ ଦଳାଇ, ଦିଲ୍ଲୀପ କୁମାର ମିଶ୍ର, ବିପିସି ନଳିନୀ ସିଂ, ବ୍ରହ୍ମପୁର ଏମଆଇ. ଏଇ ଅରୁଣ କୁମାର ଶୁକ୍ଳା, ଏମ.ଆଇ ବିଭାଗୀୟ ଏସଡିଓ ଉମା ଶଙ୍କର ସେଠି, ଉଠା ଜଳସେଚନ ବିଭାଗୀୟ ସହକାରୀ ଯନ୍ତ୍ରୀ ପରମାନନ୍ଦ ସାହୁ, ଆର.ଡି. ଏସଡିଓ ପ୍ରଦୀପ କୁମାର ପାଢ଼ୀ, ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ କେ. ନିମାଇଁ ଚାନ୍ଦ ମହାପାତ୍ର, ସିଡିପିଓ ଶୁଭଶ୍ରୀ ପାତ୍ରଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା



