



ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଭୁବନେଶ୍ୱରରୁ ପ୍ରକାଶ ପାଉଥିବା ଏକମାତ୍ର ଉର୍ଦୁ ଭାଷାରେ ପ୍ରକାଶିତ ଦୈନିକ ଖବର କାଗଜ ‘ଅଖବର୍ଣ୍ଣମ’ର ୮ତମ ସ୍ଵର୍ଣ୍ଣକ୍ଷେତ୍ର ଦିବସ ପାଳନ ମହାସମାରୋହରେ ଜୟଦେବ ଭବନରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମୂଖ୍ୟ ଅତିଥି ଭାବେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଯୋଗଦେଇ ପ୍ରଦ୍ଵୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉତ୍ସବର ଉଦଘାଟନ କରିଥିଲେ । ସମ୍ମାନୀୟ ଅତିଥିଭାବେ ରାଜ୍ୟ ଆଇନ ଓ ପଞ୍ଚାୟରାଜ ମନ୍ତ୍ରୀ ପ୍ରତାପ ଜେନା ଯୋଗ ଉତ୍ସବକୁ ଉତ୍ସବ ମୁଖର କରି ଥିଲେ । ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ବିଶୋଇ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ । ପତ୍ରିକାର ସମ୍ପାଦକ ସେକ ରିୟାଜ ମହମଦ ଏଥିରେ ସଭାପତିତ୍ୱ କରି ସଭା ପରିଚାଳନା କରିଥିଲେ । ଶେଷରେ ରାଜ୍ୟପାଳଙ୍କ ଦ୍ୱାରା ପତ୍ରିକା ଉନ୍ମୋଚନ କରାଯାଇ ଲୋକାର୍ପଣ କରାଯାଇଥିଲା ।



