

ନୂଆଦିଲ୍ଲୀ (ସମୃଦ୍ଧ ଓଡିଶା)ଏଆଇସିସି ପକ୍ଷରୁ ଓଡ଼ିଶାର ୧୦ ଜିଲ୍ଲାର ଜିଲ୍ଲା ସଭାପତି ନିଯୁକ୍ତ ନେଇ ଘୋଷଣା ତଥା ବିଜ୍ଞପ୍ତି ପ୍ରକାଶ ପାଇଛି। ଜାତୀୟ କଂଗ୍ରେସ ସଭାପତି ଶ୍ରୀ ମାଲିକାର୍ଜୁନ ଖାଡ଼ଗେ ଆଜି ଆନୁଷ୍ଠାନିକ ଭାବେ ସ୍ୱୀକୃତି ଦେବାପରେ ଜାତୀୟ କଂଗ୍ରେସ ସାଧାରଣ ସମ୍ପାଦକ ଶ୍ରୀ କେ ସି ବେଣୁଗୋପାଳ ୧୦ ଜିଲ୍ଲାର ସଭାପତିଙ୍କ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଓଡ଼ିଶାର ସେହି ୧୦ ଜିଲ୍ଲାର ସଭାପତି ମାନେ ହେଲେ ନୂଆପଡା ଜିଲ୍ଲାପାଇଁ ଶ୍ରୀ ସୁରେଶ କୁମାର ଆଜାଦ , କେଉଁଝର ଜିଲ୍ଲା ପାଇଁ ସଭାପତି ଆଡ଼ଭୋକେଟ ମୋହନ ପରିଡା, ପୁରୀ ଜିଲ୍ଲା ପାଇଁ ଶ୍ରୀ ଜୟରାମ ପଟ୍ଟନାୟକ ,ଭଦ୍ରକ ଜିଲ୍ଲା ପାଇଁ ଶ୍ରୀ ଅଶୋକ ଦାସ , ଅନୁଗୁଳ ଜିଲ୍ଲା ପାଇଁ ଶ୍ରୀ ସଂଗ୍ରାମ ମିଶ୍ର , ସମ୍ବଲପୁର ଜିଲ୍ଲା ପାଇଁ ଶ୍ରୀ ଅସିଫ ଅଲ୍ଲୀ ଖାନ , ସୁନ୍ଦରଗଡ଼ ଜିଲ୍ଲା ପାଇଁ ଦନାର୍ଦନ ଦେହୁରୀ , କୋରାପୁଟ ଜିଲ୍ଲା ପାଇଁ ଦୁର୍ଗା ଶଙ୍କର ସାହୁ , ରାୟଗଡା ଜିଲ୍ଲା ପାଇଁ ଶ୍ରୀ ବିଜୟ କୁମାର ଗମାଙ୍ଗ ଓ ଦେଓଗଡ ଜିଲ୍ଲା ପାଇଁ ଶ୍ରୀ ସେମ ହେମବ୍ରମ ନିଯୁକ୍ତ ହୋଇଛନ୍ତି ।
ରିପୋର୍ଟ : ପ୍ରଭାତ କୁମାର ବେହେରା
