ରାଉରକେଲା:(ସମୃଦ୍ଧଓଡିଶା)ରାଉରକେଲା ଇସ୍ପାତ କାରଖାନା ଆନୁକୂଲ୍ୟରେ ସହରର ୨୫ ଟି ନାଟ୍ୟାନୁଷ୍ଠାନକୁ ନେଇ ଗଠିତ ଏକତ୍ର ରାଉରକେଲାର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ ଆସନ୍ତା ୨ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ସିଭିଲ ସେଣ୍ଟର ଠାରେ ପ୍ରତ୍ୟହ ସନ୍ଧ୍ୟା ୬ଟା୧୫ ରେ ଆରମ୍ଭ କରାଯିବ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ସେକ୍ଟର ୮ ଠାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଏକତ୍ର ର ସଭାପତି ରାଜୀବ ପାଣି, ସାଧାରଣ ସମ୍ପାଦକ ସୁଦେଶ ନାୟକ, ଉପଦେଷ୍ଟା ଡା କୃପାସିନ୍ଧୁ ନାୟକ, କାର୍ଯ୍ୟକାରୀ ସଭାପତି ଆଲୋକ ବୋଷ, ଉପସଭାପତି ରମେଶ ଚନ୍ଦ୍ର ମହାନ୍ତି, ଡ଼ଃ ସୁମନ ଦତ୍ତ,ଶରତ ଦାସ,ଆବାହକ କୈଳାଶ ପାଣିଗ୍ରାହୀ, ସ୍ବତନ୍ତ୍ର ଅତିଥି ଜର୍ଜ ତିର୍କୀ ଓ ଅନ୍ୟମାନେ ଉପସ୍ଥିତ ରହି ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ ୨ ତାରିଖ ଦିନ ସ୍ପନ୍ଦନ ପ୍ରାୟୋଜିତ ନାଟ୍ୟକାର ତଥା ନିର୍ଦ୍ଦେଶକ ଡ ସମର ମୁଦାଲି ଙ୍କ ନାଟକ ପ୍ୟୁପା,୩ ତାରିଖ ଦିନ ନାୟିକା ରାଉରକେଲା ର ନାଟ୍ୟକାର ଓ ନିର୍ଦ୍ଦେଶିକା କନକଲତା ଦାସ ଙ୍କ ନାଟକ ଶୂନ୍ୟତା ତଥା ଉପହାର ପ୍ରାୟୋଜିତ ନାଟ୍ୟକାର ସୂର୍ଯ୍ୟକାନ୍ତ ସାହୁ ଓ ନିର୍ଦ୍ଦେଶକ ସଚ୍ଚି ସାହୁ ଙ୍କ ନାଟକ ମୋତେ ବଞ୍ଚିବାକୁ ଦିଅ ମଞ୍ଚସ୍ଥ ହେବ। ୪ ତାରିଖ ଦିନ ନାଟ୍ୟାନୁଷ୍ଠାନ ଦି ବିଲିଭର ତରଫରୁ ନାଟ୍ୟକାର ସ୍ବର୍ଗତ ନୀଳକଣ୍ଠ ମହାନ୍ତି ଓ ନିର୍ଦ୍ଦେଶକ ଚିନ୍ମୟ ତ୍ରିପାଠୀ ଙ୍କ ନାଟକ ଧନୁଯାତ୍ରା ଓ ଦ୍ବିତୀୟ ରେ କୋଶଳ ନାଟ୍ୟ ପରିଷଦର ନାଟ୍ୟକାର ଓ ନିର୍ଦ୍ଦେଶକ ଗୈାତମ ମହାନନ୍ଦ ଙ୍କ ନାଟକ ଦାଦନ, ୫ ତାରିଖ ରେ ନାଟ୍ୟାନୁଷ୍ଠାନ ପ୍ରତିଧ୍ଵନି ର ନାଟ୍ୟକାର ଡ଼ ପ୍ରଦୀପ ଭୈ।ମିକ ଓ ନିର୍ଦ୍ଦେଶକ ରମେଶ ଚନ୍ଦ୍ର ମହାନ୍ତି ଙ୍କ ନାଟକ ଖାଣ୍ଟିସୁନା ତଥା ଦ୍ବିତୀୟ ରେ ନାଟ୍ୟାନୁଷ୍ଠାନ ନଟରାଜ ନୃତ୍ୟ ପରିଷଦ ତରଫରୁ ନାଟ୍ୟକାର ସୁନିଲ ରାଜ ଓ ନିର୍ଦ୍ଦେଶକ ପ୍ରବୀର କୁମାର ଜେନାଙ୍କ ନାଟକ ସମ୍ବୋଧନ ପରିବେଷଣ ହେବ। ୬ ତାରିଖ ଦିନ ସଂକଳ୍ପ ର ନାଟ୍ୟକାର ପ୍ରଭାକର ପାତ୍ର ଓ ନିର୍ଦ୍ଦେଶକ କୁଞ୍ଜନଲାଲ ବୋଷ ଙ୍କ ନାଟକ ଏମିତି ବି ହୁଏ ତଥା ଦ୍ବିତୀୟରେ ଆମେ ନାଟୁଆ ନାଟ୍ୟନୁଷ୍ଠାନ ତରଫରୁ ନାଟ୍ୟକାର ଓ ନିର୍ଦ୍ଦେଶକ ଗଙ୍ଗାଧର ଜେନା ଙ୍କ ନାଟକ ଅନ୍ୟ ଆକାଶ ପରିବେଷଣ କରାଯିବ। ୭ ତାରିଖ ଦିନ ରଙ୍ଗମଞ୍ଚ ପ୍ରାୟୋଜିତ ନାଟ୍ୟକାର ଡ ପଞ୍ଚାନନ ପାତ୍ର ଓ ନିର୍ଦ୍ଦେଶକ କୈଳାସ ପାଣିଗ୍ରାହୀ ନିର୍ଦ୍ଦେଶିତ ନାଟକ ଜୀବନ ଯେମିତି, ୮ ତାରିଖ ରେ ସମ୍ପର୍କ ପ୍ରାୟୋଜିତ, ନାଟ୍ୟକାର ସ୍ବର୍ଗତ ମନୋରଞ୍ଜନ ଦାସ ଓ ନିର୍ଦ୍ଦେଶକ ଭାସ୍କର ଚନ୍ଦ୍ର ମହାପାତ୍ର ଙ୍କ ନିର୍ଦ୍ଦେଶିତ ନାଟକ ଜନ୍ମମାଟି ପରିବେଷଣ କରାଯିବ। ୯ ତାରିଖ ଦିନ ପ୍ରୟାସ ପ୍ରାୟୋଜିତ ନାଟ୍ୟକାର ଡ ନିବେଦିତା ଜେନା ଓ ନିର୍ଦ୍ଦେଶକ ପ୍ରଫୁଲ୍ଲ ଚନ୍ଦ୍ର ସେଠୀଙ୍କ ନିର୍ଦ୍ଦେଶିତ ନାଟକ ଗିରଫ,୧୦ ତାରିଖ ଦିନ ଉତ୍କଳୀ ସାଂସ୍କୃତିକ ଶିଳ୍ପୀ ପ୍ରାୟୋଜିତ ନାଟ୍ୟକାର ଓ ନିର୍ଦ୍ଦେଶକ ବିଲୋଚନ ପାତ୍ରଙ୍କ ନିର୍ଦ୍ଦେଶିତ ନାଟକ ହନୁର ଲାଞ୍ଜ, ୧୧ ତାରିଖ ଦିନ ନାଟ୍ୟାନୁଷ୍ଠାନ ମହୁମାଛି ପ୍ରାୟୋଜିତ ନାଟ୍ୟକାର ସ୍ବର୍ଗତ ଦେବାଶିଷ ବାନାର୍ଜୀ ଓ ନିର୍ଦ୍ଦେଶକ ଆଲୋକ ବୋଷ ଙ୍କ ନାଟକ ଆବିଷ୍କାର ବିଭ୍ରାଟ ତଥା ଦ୍ବିତୀୟରେ ତିତିଲି ଫାଉଣ୍ଡେସନ ତରଫରୁ ନାଟ୍ୟକାର ମୋହିତ ଚାଟାର୍ଜୀ ଓ ନିର୍ଦ୍ଦେଶକ ପଲ୍ଲବ ଚାଟାର୍ଜୀ ଙ୍କ ନାଟକ ଡବା ପରିବେଷଣ କରାଯିବ। ଅନ୍ତିମ ଦିବସ ୧୨ତାରିଖ ଦିନ ସ୍ବସ୍ତି ଝଙ୍କାର ର ନାଟ୍ୟକାର ଡ ସୁଧାଂଶୁ ନାୟକ ଓ ନିର୍ଦ୍ଦେଶକ ରାଜୀବ ପାଣିଙ୍କ ନିର୍ଦ୍ଦେଶିତ ନାଟକ ବିଶ୍ବାସର ଆତ୍ମଲିପି ପରିବେଷଣ କରାଯିବ। ସେହିଦିନ ଉଦଯାପନୀ କାର୍ଯ୍ୟକ୍ରମ ସହ ସମ୍ବର୍ଦ୍ଧନା ସମାରୋହ କାର୍ଯ୍ୟକ୍ରମ ରହିଛି। ତେଣୁ ନାଟ୍ୟପ୍ରେମୀ ତଥା ସହରବାସୀ ବହୁ ସଂଖ୍ୟାରେ ଏହି ନାଟକ ଗୁଡିକୁ ଉପଭୋଗ କରିବା ସଂଗେ ସଂଗେ ଅଭିନେତା ମାନଙ୍କୁ ଉତ୍ସାହିତ କରିବା ପାଇଁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି। ନାଟ୍ୟପ୍ରେମୀ ପ୍ରଦୀପ କୁମାର ନାୟକ ନିଜର ସୁଚିନ୍ତିତ ମତାମତ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ପ୍ରଜ୍ଞାନନ୍ଦ ମହାନ୍ତି ,ସୁରେନ୍ଦ୍ର ପାଢ଼ୀ, ବିଜୟ କୁମାର ପାତ୍ର, ଅକ୍ଷୟ ଧଳ, ସରୋଜ ଶଙ୍ଖୁଆ, ପ୍ରବୀର ଜେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ଉପସଭାପତି ରମେଶ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ : ସସ୍ମିତା ପ୍ରଧାନ