

ରାୟଗଡା (ସମୃଦ୍ଧ ଓଡିଶା) ଗତକାଲି ଖଲୀଗୁଡ଼ା ନିକଟରେ ୩୨୬ନଂ ରାଜପଥ ଉପରେ ଏକ କାଠ ବୋଝେଇ ଟ୍ରକ ଏକ ଟାଟା ମ୍ୟାଜିକକୁ ଧକ୍କା ଦେଇଥିଲା । ଫଳରେ ଟ୍ରକଟି ଓଲଟି ପଡିବା ସାଙ୍ଗକୁ ଘଟଣା ସ୍ଥଳରେ ଟାଟା ମ୍ୟାଜିକ ଡ୍ରାଇଭରର ମୃତ୍ୟୁ ଘଟିଛି । ଏହି କାଠ ବୋଝେଇ ଟ୍ରକଟି ରାୟଗଡାରୁ ଜେକେପିଆର ଅଭିମୁଖେ ଯାଉଥିବା ବେଳେ ଅପରପଟୁ ଆସୁଥିବା ଟାଟା ମ୍ୟାଜିକ ସହ ଧକ୍କା ହେବା ଫଳରେ ରାସ୍ତାକଡ଼କୁ ଓଲଟି ପଡିଥିଲା । କାଠଖଣ୍ଡ ଗୁଡିକ ରାସ୍ତା ଉପରେ ଅଜାଡି ହୋଇ ଦୁଇପଟରେ ଯାନବାହାନ ଅଟକି ରାସ୍ତାଜାମ ହୋଇପଡିଥିଲା । ଖବର ପାଇ ଘଟଣା ସ୍ଥଳରେ ରାୟଗଡା ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ରାସ୍ତାରୁ କାଠ ହଟାଇଥିଲେ । ଏହାପରେ ଯାନବାହାନ ଚଳାଚଳ ହୋଇଥିଲା । ମୃତକ ଡ୍ରାଇଭରର ପରିଚୟ ମିଳିପାରି ନାହିଁ ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ


