

ଗଞ୍ଜାମ (ସମୃଦ୍ଧ ଓଡିଶା) ରମ୍ଭା ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ ରାଜୁ ଢ଼ାବା ନିକଟରେ ଏକ ଘରୋଇ ବସ ଧକ୍କାରେ ଏଚ. ବୁରୁଡି ଗ୍ରାମର ପବିତ୍ର କୁମାର ନାହାକ(୨୫)ଙ୍କ ମୃତ୍ୟୁ ଘଟିଛି । ଏହାକୁ ନେଇ ଦୀର୍ଘ ସମୟ ଧରି ସ୍ଥାନୀୟ ଲୋକେ ରାଜପଥକୁ ଅବରୋଧ କରିଥିଲେ । ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ସେଠାରେ ଗଞ୍ଜାମ ତହସିଲଦାର ଅବନୀ କୁମାର ସାହୁ, ରମ୍ଭା ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ସେଠି ଓ ଛତ୍ରପୁର ଏସଡିପିଓ ବୁଝାସୁଝା କରିବା ପରେ ଲୋକେ ରାସ୍ତାରୋକ ପ୍ରତ୍ୟାହାର କରିଥିଲେ । ଏହାପରେ ପୋଲିସ ଶବ ଓ ଗାଡିକୁ ଜବତ କରିଥିଲା । ପ୍ରଶାସନ ପକ୍ଷରୁ ରେଡକ୍ରସରୁ ୨୦ହଜାର ଦେବା ପାଇଁ କୁହାଯାଇଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା



