ଏକ ପଞ୍ଚାୟତରେ ୨ଟି ରକ୍ତଦାନ ଶିବିର : ୮୬ୟୁନିଟ ସଂଗୃହିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଜଳେଶ୍ୱର ବ୍ଳକ ଅନ୍ତର୍ଗତ ମହମ୍ମଦନଗର ପଞ୍ଚାୟତରେ ଏକ ସମୟରେ ୨ଟି ସ୍ଥାନରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ୨ଟି ସ୍ଥାନରୁ ମୋଟ ୮୬ୟୁନିଟ ରକ୍ତ ସଂଗୃତହ ହୋଇଥିବା ଜଣାଯାଇଛି । ତରିବତପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ଆୟୋଜିତ ରକ୍ତଦାନ ଶିବିରକୁ ବିଧାୟକ ଅଶ୍ୱିନୀ କୁମାର ପାତ୍ର ନିର୍ବାଚନ ସ୍ତରୀୟ ଜୀବନବିନ୍ଦୁର ସଂଯୋଜକ ମଧୁସୂଦନ ସେନାପତି ମିଳିତ ଭାବେ ଏହି ଶିବିରକୁ ଉଦ୍‌ଘାଟନ କରିଥିଲେ । ଆବାହକ ଓ ଆୟୋଜକ ତ୍ରିଲୋଚନ ଦାସ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଅରୁଣ ସେନାପତି, ସମିତି ସଦସ୍ୟ ଶ୍ରୀକାନ୍ତ ଭୂୟାଁ, ଦୀନବନ୍ଧୁ ସାହୁ, ଅକ୍ଷୟ ସେନାପତି , ବାଣେଶ୍ୱର ଗାରୁ, ସନ୍ୟାସୀ ପ୍ରମାଣିକ, ସତ୍ୟନାରାୟଣ ପ୍ରମାଣିକ, ବେଣୁଧର ଗିରି, ରତିକାନ୍ତ ଗିରି, ଗୁରୁପ୍ରସାଦ ମହାନ୍ତି ପ୍ରମୁଖ ରକ୍ତଦାନରେ ସହାୟତା କରିଥିଲେ । ପ୍ରକାଶଯୋଗ୍ୟ ଏହି ଶିବିରରେ ଗୁରୁପ୍ରସାଦ ମାଇତି ତାଙ୍କ ସ୍ତ୍ରୀ ସଂଧ୍ୟାରାଣୀ ମାଇତି ଓ ପୁଅ ଇଂ ବିଷ୍ଣୁପଦ ମାଇତି ରକ୍ତଦାନ କରି ଇତିହାସ ସୃଷ୍ଟି କରିଛନ୍ତି । ଏଥିରେ ୪୯ ୟୁନିଟ୍ ସଂଗୃହୀତ ହୋଇଥିଲା । ଅନ୍ୟଏକ ରକ୍ତଦାନ ଶିବିର ସେହି ପଞ୍ଚାୟତର ନିତାଇଲାଲ ଦେଙ୍କ ଆବହକତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ଏହାକୁ ସରପଞ୍ଚ ଦମୟନ୍ତୀ ମହାନ୍ତି ଉଦ୍‌ଘାଟନ କରିଛନ୍ତି । ଜିଲା ରକ୍ତଦାତା ସଂଘର ସଭାପତି କମଳ ଚକ୍ରବର୍ତ୍ତୀ , ଡ. ବସନ୍ତ କୁମାର ଉପାଧ୍ୟାୟ, ଡ. ଅଜିତ୍ କୁମାର ମହାନ୍ତି, ମନୋରଂଜନ ଦାସ ପ୍ରମୁଖ ପରିଚାଳନା କରିଥିଲେ । ଏଥିରେ ୩୭ ୟୁନିଟ୍ ସଂଗୃହୀତ ହୋଇଥିଲା ।

ରିପୋର୍ଟ : ଭୂପତି କୁମାର ପରିଡା