ଏକ ଲକ୍ଷ ଟଙ୍କାର ଶାଳ କାଠ ଜବତ୍:୭ ଗିରଫ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡ଼ିଆ) ଗଜପତି ଜିଲ୍ଲା ଦେବଗିରି ଫରେଷ୍ଟ ରେଞ୍ଚର ପକ୍ଷରୁ ଜିଲ୍ଲାର ଗୁମ୍ମା ଓ ଗାଇବା ରାସ୍ତାରେ ଚୋରା HB ଚାଲାଣ ହେଉଥିବା ଏକ ଶାଳ କାଠ ବୋଝେଇ ଏକ ମେକ୍କ – ପିକ୍କପ ଗାଡି ନଂ-AP-30-W-0557 ଜବତ କରିବା ସହ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି । ବିଭାଗୀୟସୂତ୍ରରୁ ପ୍ରକାଶ ଯେ ପାରଳାଖେମୁଣ୍ଡି ବନଖଣ୍ଡ ଅଧିନସ୍ଥ ଦେବଗିରି ରେଞ୍ଚର ଏମ. ନରସଂହମ୍ ତାଙ୍କ ଟିମ୍ ଙ୍କ ସହ ଗଜପତି ଜିଲ୍ଲାର ଗୁମ୍ମା-ଗାଇବା ରାସ୍ତାରେ ପେଟ୍ରୋଲିଂ କରୁଥିଲେ । ସେହି ସମୟରେ ଏକ ଭେନରେ କ’ଣ ବୋଝେଇ ହୋଇ ଯାଉଥିବା ଦେଖି ଗାଡିକୁ ସନ୍ଦହରେ ଅଟକାଇ ରେଞ୍ଚର ଏମ. ନରସଂହମ୍ , ଫରେଷ୍ଟ ଗାର୍ଡ ସନ୍ତୋଷ ପରିଛା ଓ ଅନ୍ୟ ୩ ଜଣ ଫରେଷ୍ଟ ଗାର୍ଡ ଯାଞ୍ଜ କରିଥିଲେ । ଯାଞ୍ଜ ବେଳେ ଗାଡି ଭିତର ଡଲାରେ କରତ କଟା ସାଇଜ ଶାଳ କାଠ ୬୧ଟି ଯାହାକି ଅନୁମାନିକ ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ହେବ ତାହା ଦେଖିଥିଲେ । ସମସ୍ତ କାଠ ଓ ଗାଡର କାଗଜ ପତ୍ର ମାଗିଥିଲେ କିନ୍ତୁ ଗାଡିର ଡ୍ରାଇଭର କୈାଣସି କାଗଜପତ୍ର ଦେଖାଇ ପାରିନଥିଲେ । ପରେ ଏହା ଜଙ୍ଗଲରୁ ଶାଳ କାଠ ଚୋରାଚାଲାଣ ହୋଇଥିବା ଜାଣି ଭେନ ସହ ସମସ୍ତ କାଠ ଜବତ କରି ଏ ସଂକ୍ରାନ୍ତରେ ସମ୍ପର୍କ ଥିବା ୭ ଜଣଙ୍କୁ ଗିରଫ କରାଯାଇଛି । ଚୋରାଚାଲାଣ ବେଳେ ଗିରଫ ଓ ଜବତ କାଠ ଓ ଗୁଡିକୁ କାଶିନଗର ବନ ରେଞ୍ଚର ଅଧିନସ୍ଥ ଘଟଣା ହୋଇଥିବା ଯୋଗୁଁ ଦେବଗିରି ରେଞ୍ଚର ପକ୍ଷରୁ ତାହା କାଶିନଗର ରେଞ୍ଚରଙ୍କୂ ହସ୍ତାନ୍ତର କରାଯାଇଛି । କାଶିନଗର ରେଞ୍ଚର ଅଧିକ ପଚରା ଉଚରା ପରେ ମକଦ୍ଦମା ରୁଜୁ କରି ୭ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ରେଞ୍ଜର କାଳିଚରଣ ବେହେରାଙ୍କ ଠାରୁ ଜଣାପଡିଛି । ଅନ୍ୟ ପକ୍ଷରେ ଆଗାମୀ ଗିରଫ ହେବାପରେ ଜବତ ଗୁଡିକ ମଧ୍ୟରେ ଗୋଟିଏ ଭେନ, ଗୋଟିଏ ମଟର ସାଇକେଲ, ୨ ଗୋଟି ମୋବାଇଲ ଫୋନ, ୬୧ ଶାଳ କାଠ ପ୍ରଭୃତି ଅନ୍ତଭୁକ୍ତ ରହିଛି ।

ରିପୋର୍ଟ : କୃଷ୍ଣ କୁମାର ବେହେରା