
ଛତ୍ରପୁର (ସମୃଦ୍ଧ ଓଡିଶା) କରୋନା ସଂକ୍ରମଣରୁ ରକ୍ଷାପାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପ୍ରତିଷେଧକ କାର୍ଯ୍ୟକ୍ରମମାନ ଗ୍ରହଣ କରୁ ଥିବା ବେଳେ ଏହାର ପୁର୍ଣ ମୁକାବିଲା ପାଇଁ ପ୍ରଚୁର ଅର୍ଥର ଆବଶ୍ୟକତା ରହିଛି । ଏଥିପାଇଁ ବିଭିନ୍ନ ସ୍ତରରୁ ରାଜ୍ୟ ସରକାରଙ୍କୁ ଆର୍ଥିକ ସହାୟତା ମିଳୁଥିବା ବେଳେ ଛତ୍ରପୁର ବିଧାୟକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଆର୍ଥିକ ସହାୟତା କରିଛନ୍ତି । ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ତାଙ୍କ ବିଧାୟକ ପାଣ୍ଠିରୁ ଏକଲକ୍ଷ ଟଙ୍କା ଗତକାଲି ଏନଇଏଫଟି ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି । କରୋନା ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପକୁ ସେ ପ୍ରଶଂସା କରିବା ସହ ଏହି ସମୟରେ ସମସ୍ତେ ସହଯୋଗର ହାତ ବଢାଇବାକୁ ବିଧାୟକ ନିବେଦନ କରିଛନ୍ତି । ଅନ୍ୟପକ୍ଷରେ ବିଧାୟକ ଓ ସାଂସଦ ମାନେ ଆର୍ଥିକ ସହାୟତା ନିଜ ପକେଟରୁ ଦେଲେ ଭଲ ହୁଅନ୍ତା ବୋଲି ସାଧାରଣରେ ଅଭିଯୋଗ ହେଉଛି । ସାଂସଦ ବା ବିଧାୟକ ପାଣ୍ଟି ତ ସରକାରଙ୍କର ସେଥିରୁ ଦାନ କରି ବାହା ବାହା ମାରିବା ଅପେକ୍ଷା ବିଧାୟକ ନରସିଂହ ମିଶ୍ର ଯେମିତି ନିଜ ପକେଟରୁ ମୂଖ୍ୟମନ୍ତ୍ରୀ ରିଲିଫ ପାଣ୍ଟିକୁ ଦେଲେ ସେମିତି ଆର୍ଥିକ ସହାୟତା ନେତାମାନେ ପ୍ରଦାନ କଲେ ଭଲ ହୁଅନ୍ତା ବୋଲି ବୁଦ୍ଧିଜୀବୀ ମାନେ ପରାମର୍ଶ ଦେଇଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା